ଗୋପାଳର ମାନସିକ ସ୍ଥିତି ଯାଞ୍ଚ ପାଇଁ ପୁଣି ଆବେଦନ କଲା କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର – ନବକିଶୋର ଦାସ ହତ୍ୟା ମାମଲାର ଅଭିଯୁକ୍ତ ଗୋପାଳ ଦାସର ମାନସିକ ସ୍ଥିତି ଯାଞ୍ଚ ପାଇଁ କ୍ରାଇମବ୍ରାଞ୍ଚ ପକ୍ଷରୁ ଝାରସୁଗୁଡ଼ା ଜିଲ୍ଲା ଓ ଦୌରାଜଜ୍‌ଙ୍କ ଅଦାଲତରେ ପୁଣି ଆବେଦନ କରାଯାଇଛି। ଦୁଇ ଦିନ ତଳେ ଏ ନେଇ କ୍ରାଇମବ୍ରାଞ୍ଚ କରିଥିବା ଆବେଦନକୁ କୋର୍ଟ ଏହି ଖାରଜ କରି ଦେଇଥିଲେ।
ପୂର୍ବରୁ ଗୋପାଳର ପଲିଗ୍ରାଫ ଓ ନାର୍କୋ ଟେଷ୍ଟ ହୋଇଥିଲା । ଗୁଜରାଟର ଗାନ୍ଧିନଗରରେ ଏହି ଟେଷ୍ଟ କରାଯାଇଥିଲା। ୧୩ ଦିନ ଧରି କ୍ରାଇମବ୍ରାଞ୍ଚ ଗୋପାଳଙ୍କୁ ରିମାଣ୍ଡରେ ରଖିଥିଲା ।

ଗୋପାଳ ଏବେ ଚୈ। ଦ୍ୱାର ଜେଲରେ ଅଛି ଅନ୍ୟପକ୍ଷରେ ଆଜି ଗୋପାଳକୁ ଚୌଦ୍ୱାର ଜେଲ୍‌ରେ ଭେଟିଛନ୍ତି ତାଙ୍କ ଭାଇ ସତ୍ୟନାରାୟଣ ଦାସ। ସୁରକ୍ଷାକର୍ମୀଙ୍କ ଉପସ୍ଥିତିରେ ସେମାନେ କଥାବାର୍ତ୍ତା ହୋଇଥିଲେ। ଗୋପାଳ ଗିରଫ ହେବା ପରେ ପ୍ରଥମ ଥର ପାଇଁ ଆଜି ତାଙ୍କ ପରିବାରର ଜଣେ ସଦସ୍ୟ ତାକୁ ଭେଟିଛନ୍ତି।

Comments are closed.