ଅର୍ଥନୈତିକ ସର୍ଭେ ରିପୋର୍ଟ: ଜିଡିପି ୭.୮ ପ୍ରତିଶତ ରହିବା ନେଇ ଆକଳନ

ଭୁବନେଶ୍ବର – ବଜେଟ ଉପସ୍ଥାପନ ପୂର୍ବରୁ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ଅର୍ଥନୈତିକ ସର୍ଭେ ରିପୋର୍ଟ ବିଧାନସଭାରେ ଆଗତ ହୋଇଛି । ଚଳିତ ଆର୍ଥିକ ବର୍ଷରେ ରାଜ୍ୟର ଅର୍ଥନୈତିକ ଅଭିବୃଦ୍ଧି ହାର ୭.୮ ପ୍ରତିଶତ ରହିବା ଅନୁମାନ କରାଯାଇଛି । ୨୦୨୧-୨୨ରେ ଏହା ୧୧.୫ ପ୍ରତିଶତ ଥିଲା । ୨୦୨୩-୨୪ରେ ଓଡ଼ିଶାର ଅର୍ଥନୈତିକ ଅଭିବୃଦ୍ଧି ହାର ୮ରୁ ୮.୫ ପ୍ରତିଶତ ମଧ୍ୟରେ ରହିବ ବୋଲି ଅର୍ଥନୈତିକ ସର୍ଭେ ରିପୋର୍ଟରେ ଆକଳନ କରାଯାଇଛି ।

୨୦୨୨-୨୩ରେ ଓଡ଼ିଶାର ମୁଣ୍ଡପିଛା ଆୟ ୧ ଲକ୍ଷ ୫୦ ହଜାର ୬୭୬ ଟଙ୍କା ରହିବା ଆକଳନ କରାଯାଇଛି, ଯାହାକି ଜାତୀୟ ହାର ୧ ଲକ୍ଷ ୭୦ ହଜାର ୬୨୦ ଟଙ୍କାଠାରୁ କମ । ତେବେ ୨୦୧୧-୧୨ ତୁଳନାରେ ରାଜ୍ୟର ମୁଣ୍ଡପିଛା ଆୟ ୧୦.୯ ପ୍ରତିଶତ ବୃଦ୍ଧି ପାଇଛି । ରାଜ୍ୟ ଜିଡିପିରେ ଶିଳ୍ପ ଓ ସେବା କ୍ଷେତ୍ରର ଅବଦାନ ୨୦୨୨-୨୩ରେ ଯଥାକ୍ରମେ ୪୧.୩ ପ୍ରତିଶତ ଓ ୩୬.୨ ପ୍ରତିଶତକୁ ବୃଦ୍ଧି ପାଇବା ଅନୁମାନ କରାଯାଇଛି । କୃଷି କ୍ଷେତ୍ରର ଅବଦାନ ୨୨.୫ ପ୍ରତିଶତ ରହିଛି । ଅର୍ଥନୈତିକ ସର୍ଭେ ରିପୋର୍ଟରେ ରାଜ୍ୟର ଆର୍ଥିକ ସ୍ଥିତି ସନ୍ତୋଷଜନକ ଥିବା କୁହାଯାଇଛି ।

Comments are closed.