ଆସନ୍ତା ୫ରେ ଓଡ଼ିଶା ଆଦର୍ଶ ସ୍କୁଲ ଓ ଓଡ଼ିଶା ମାଇନିଂ ଆଦର୍ଶ ସ୍କୁଲ ପ୍ରବେଶିକା ପରୀକ୍ଷା 

କଟକ – ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଏବଂ ଓଡ଼ିଶା ମାଇନିଂ ଆଦର୍ଶ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ମାର୍ଚ୍ଚ ୫ ତାରିଖରେ ହେବ । ୯୨୯ଟି ପରୀକ୍ଷା କେନ୍ଦ୍ରରେ ୧ ଲକ୍ଷ ୭୩ ହଜାର ୧୬୩ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ଏଥିମଧ୍ୟରୁ ଷଷ୍ଠ ଶ୍ରେଣୀରେ ୧୩୬୪୯୧, ସପ୍ତମ ଶ୍ରେଣୀରେ ୧୭୧୫୪, ଅଷ୍ଟମରେ ୧୨୪୫୬ ଏବଂ ନବମ ଶ୍ରେଣୀରେ ୫୭୧୬ ଜଣ ବିଦ୍ୟାର୍ଥୀ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ନିମନ୍ତେ ଫର୍ମ ପୂରଣ କରିଛନ୍ତି।

ଓଡ଼ିଶା ମାଇନିଂ ଆଦର୍ଶ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ନିମନ୍ତେ ଷଷ୍ଠ ଶ୍ରେଣୀର ୧୩୪୬ ଜଣ ପରୀକ୍ଷାର୍ଥୀ ରହିଛନ୍ତି। ବୋର୍ଡ ୱେବସାଇଟରୁ ପରୀକ୍ଷାର୍ଥୀମାନେ ଆଡମିଟ୍‌ କାର୍ଡ ଡାଉନଲୋଡ୍ କରିପାରିବେ ।

Comments are closed.