ଚଳିତ ଆର୍ଥିକ ବର୍ଷରେ ଗମନାଗମନ ପାଇଁ ଆରଡି ବିଭାଗର ୭୫୦୦ କୋଟି ବ୍ୟୟବରାଦ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କ ବିଶେଷ କରି ଗ୍ରାମାଞ୍ଚଳରେ ରହୁଥିବା ଲୋକଙ୍କ ସାମାଜିକ ଆର୍ଥିକ ପ୍ରଗତି ପାଇଁ ପ୍ରତିଶ୍ରୁତିବଦ୍ଧ। ଅର୍ଥନୈତିକ ବିକାଶ ନିମନ୍ତେ ଏକ ଅନୁକୂଳ ବାତାବରଣ ସୃଷ୍ଟି ସକାଶେ ଗ୍ରାମ ସଂଯୋଗୀକରଣ ନିତାନ୍ତ ଆବଶ୍ୟକ ଯାହା ଲୋକଙ୍କ ଜୀବନର ମାନରେ ଉନ୍ନତି ନିଶ୍ଚିତ କରିଥାଏ। ଗ୍ରାମାଞ୍ଚଳରେ ରାସ୍ତା ଓ ପୋଲ, ଲୋକଙ୍କ ଗମନାଗମନ ଓ ଦ୍ରବ୍ୟ ପରିବହନ ସୁଗମ କରିବା ସହ ଅର୍ଥନୈତିକ ଅଭିବୃଦ୍ଧି, ଗ୍ରାମାଞ୍ଚଳରେ ଦାରିଦ୍ର୍ୟ ଦୂରୀକରଣ ଏବଂ ସାମଗ୍ରିକ ବିକାଶ ସାଧନ କରିଥାଏ। ଏଥିପାଇଁ ଚଳିତ ଆର୍ଥିକ ବର୍ଷରେ ଗମନାଗମନ ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗ ୭୫୦୦ କୋଟି ଟଙ୍କାର ବ୍ୟୟବରାଦ କରିଥିବା ନେଇ ବିଭାଗ ପକ୍ଷରୁ ପ୍ରେସ ବିବୃତିରେ ସୂଚନା ଦିଆଯାଇଛି।

ଗ୍ରାମ୍ୟ ଉନ୍ନୟନ ବିଭାଗ ରାଜ୍ୟରେ ଦେଶର ସର୍ବୋତ୍କୃଷ୍ଟ ଗ୍ରାମ୍ୟ ସଡ଼କ ନିର୍ମାଣ ଏବଂ ଗ୍ରାମାଞ୍ଚଳରେ ଅନ୍ତଃକରଣ ସୃଷ୍ଟି କରିବା ପାଇଁ ଆଦେଶ ପ୍ରାପ୍ତ। ଗ୍ରାମାଞ୍ଚଳର ଅଣ – ସଂଯୋଗ ଜନବସତିଗୁଡ଼ିକୁ ଯାହାକି ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା ପାଇଁ ଯୋଗ୍ୟ ହୋଇନାହାନ୍ତି , ସେଗୁଡ଼ିକୁ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ( ଏମ୍ଏସ୍ଏସ୍‌ଇ ) ଓ ଅନ୍ୟାନ୍ୟ ଯୋଜନାରେ ସାମିଲ କରି ସଡ଼କ ସଂଯୋଗ କରାଯାଇଛି। ବିଜୁ ସେତୁ ଯୋଜନା ନାମରେ ଏକ ସ୍ଵତନ୍ତ୍ର ରାଜ୍ୟ ଯୋଜନା ପ୍ରସ୍ତୁତ କରି ସେତୁ ନିର୍ମାଣ କରାଯାଉଛି। ସଡ଼କ ଓ ସେତୁ ବ୍ୟତୀତ ବିଭାଗ ଗ୍ରାମାଞ୍ଚଳରେ ସରକାରୀ କୋଠାବାଡ଼ି ନିର୍ମାଣ ସହ ଅନ୍ୟ ବିଭାଗର କାର୍ଯ୍ୟ ମଧ୍ୟ କରୁଛି। କେନ୍ଦ୍ର ସରକାର ଫ୍ଲାଗ୍‌ସିପ୍ କାର୍ଯ୍ୟକ୍ରମ ଗ୍ରାମାଞ୍ଚଳ ସଂଯୋଗୀକରଣ କାର୍ଯ୍ୟକ୍ରମ ମଧ୍ୟ ବିଭାଗ କାର୍ଯ୍ୟକାରୀ କରୁଛି, ଯଥା – ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ( ପିଏମ୍‌ଜିଏସ୍‌ଇ )। ଏହାବ୍ୟତୀତ ଗ୍ରାମ୍ୟ ଉନ୍ନୟନ ବିଭାଗ ମଧ୍ୟ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଜରୁରୀକାଳୀନ ସେବା ଯୋଗାଇଥାଏ।
ତେବେ ଚଳିତ ୨୦୨୩-୨୦୨୪ ଆର୍ଥିକ ବର୍ଷରେ ବିଭାଗ ମୋଟ ୭୫୦୦ କୋଟି ଟଙ୍କାର ବ୍ୟୟବରାଦ କରିଛି। ଏଥିରୁ ୫୮୭୫.୦୦ କୋଟି ଟଙ୍କା ନିର୍ମାଣ ବାବଦକୁ ଏବଂ ୧୬୨୫.୦୦ କୋଟି ଟଙ୍କା ପ୍ରଶାସନିକ ଖର୍ଚ୍ଚ ବାବଦ ପାଇଁ ବ୍ୟୟବରାଦ କରାଯାଇଛି।
ବିଭାଗ ପକ୍ଷରୁ ହାତକୁ ନିଆଯାଉଥିବା ବିଭିନ୍ନ ଯୋଜନା ମଧ୍ଯରେ ସେତୁ ପ୍ରକଳ୍ପ ଅନ୍ୟତମ।

ରାଜ୍ୟ ସରକାର ‘ବିଜୁ ସେତୁ ଯୋଜନା’ ( ବିକେୱାଇ )ରେ ଅପହଞ୍ଚ ଇଲାକା ଗୁଡିକୁ ଯୋଡିବାକୁ ସବୁ ବେଳେ ପ୍ରାଥମିକତା ଦେଇ ଆସିଛନ୍ତି। ଗ୍ରାମ୍ୟ ଉନ୍ନୟନ ବିଭାଗ ରାଜ୍ୟର ରାସ୍ତାଗୁଡ଼ିକରେ ଅଭାବ ରହିଥିବା ସେତୁଗୁଡ଼ିକ ନିର୍ମାଣ କାର୍ଯ୍ୟକୁ କାର୍ଯ୍ୟକାରୀ କରୁଛି। ଏହି ଯୋଜନା ସମଗ୍ର ରାଜ୍ୟରେ ସବୁଦିନିଆ ସୁଦୃଢ଼ ରାସ୍ତା ନେଟ୍‌ୱାର୍କ ସୃଷ୍ଟି କରିବା ପାଇଁ ପ୍ରଣୟନ କରାଯାଇଛି। ଫଳରେ ସବୁବର୍ଗ ନିମନ୍ତେ ସ୍ୱଳ୍ପ ଖର୍ଚ୍ଚରେ ପରିବହନ ଆବଶ୍ୟକତା ପୂରଣ କରାଯାଇପାରିଛି। ଏହି ଯୋଜନା ପ୍ରଣୟନ ହେବାଠାରୁ ୨୦୧୧ – ୧୨ରୁ ୨୦୨୨ – ୨୩ ମଧ୍ୟରେ ୨୧୯୮ଟି ସେତୁ ପ୍ରକଳ୍ପ ହାତକୁ ନିଆଯାଇଛି। ସେଗୁଡ଼ିକ ମଧ୍ୟରୁ ଜାନୁଆରୀ ୨୦୨୩ ସୁଦ୍ଧା ୧୨୩୮ଟି ସେତୁ କାର୍ଯ୍ୟ ସଂପୂର୍ଣ୍ଣ କରାଯାଇଛି। ପ୍ରାୟ ୯୦୦ଟି ସେତୁ ନିର୍ମାଣାଧୀନ ରହିଛି। ୨୦୨୩ – ୨୪ ବର୍ଷରେ ୫୨୬ଟି ନୂତନ ସେତୁ ନିର୍ମାଣ କାର୍ଯ୍ୟ ହାତକୁ ନେବା ପାଇଁ ପ୍ରସ୍ତାବ ରହିଛି। ୨୦୨୩ – ୨୪ ବର୍ଷ ପାଇଁ ୧୯୦୦ କୋଟି ଟଙ୍କାର ବଜେଟ୍ ବ୍ୟବସ୍ଥା ପାଇଁ ପ୍ରସ୍ତାବ ଦିଆଯାଇଛି।
୨୦୨୩ – ୨୪ ବର୍ଷ ପାଇଁ ୧୯୦୦ କୋଟି ଟଙ୍କାର ବଜେଟ୍ ବ୍ୟବସ୍ଥା ପାଇଁ ପ୍ରସ୍ତାବ ଦିଆଯାଇଛି। ଗ୍ରାମ୍ୟ ଉନ୍ନୟନ ବିଭାଗ କ୍ଷୁଦ୍ର ଓ ମଧ୍ୟମ ସେତୁଗୁଡ଼ିକରେ ସେତୁ ସହ ବନ୍ଧ ନିର୍ମାଣ ପାଇଁ ପ୍ରାଥମିକ ଭାବେ ଯୋଜନା କରିଛି। ଫଳରେ ନଦୀ ନାଳ ଗର୍ଭରେ ପର୍ଯ୍ୟାପ୍ତ ପରିମାଣର ଜଳସଂରକ୍ଷଣ କରାଯାଇ କ୍ଷୁଦ୍ର ଜଳସେଚନ , ଘରୋଇ ବ୍ୟବହାର ଏବଂ ପ୍ରାଣୀଧନର ଶୋଷ ମେଣ୍ଟାଇବା , ଭୂମି ଜଳ ପୁନଃଭରଣା ଏବଂ କୂଅ , ପୋଖରୀ ପୁନରୁଦ୍ଧାର , ସବୁଜ ବାତାବରଣ ସୃଷ୍ଟି , ମୃତ୍ତିକାକ୍ଷୟ ନିୟନ୍ତ୍ରଣ , ପାରିପାର୍ଶ୍ବିକ ଉତ୍ତାପ ହ୍ରାସ ଏବଂ ସ୍ଥାନୀୟ ଲୋକଙ୍କ ମାଛଚାଷ ମାଧ୍ୟମରେ ଜୀବିକା ଯୋଗାଇବା ଇତ୍ୟାଦି ଲକ୍ଷ୍ୟ ରଖାଯାଇଛି । ୨୦୨୩ – ୨୪ ଆର୍ଥିକ ବର୍ଷରେ ୫୦ କୋଟି ଟଙ୍କା ବଜେଟ୍‌ରେ ଅଧିକ ସେତୁ – ବନ୍ଧ ଯୋଜନା ନିର୍ମାଣ ପାଇଁ ପ୍ରସ୍ତାବ ରଖାଯାଇଛି ।

ସେହିପରି ସଡ଼କ ଯୋଜନାରେ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ( ଏମ୍ଏସ୍ଏସ୍‌ଇ ) କାର୍ଯ୍ୟକ୍ରମ ଅନ୍ୟତମ। ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା କିମ୍ବା ଅନ୍ୟ କୌଣସି ଯୋଜନା ପାଇଁ ଯୋଗ୍ୟ ନଥିବା ଜନବସତିଗୁଡ଼ିକର ରାସ୍ତା ସଂଯୋଗୀକରଣ ଆବଶ୍ୟକତାକୁ ପୂରଣ କରିବା ଲକ୍ଷ୍ୟ ନେଇ ରାଜ୍ୟ ସରକାର ୨୦୧୪ – ୧୫ରୁ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ଅଣସଂଯୋଗ ଜନବସତିଗୁଡ଼ିକୁ ସବୁଦିନିଆ ରାସ୍ତା ନିର୍ମାଣ କାର୍ଯ୍ୟ ନିର୍ବାହ କରୁଛନ୍ତି । ୨୦୨୧ – ୨୨ ବର୍ଷରେ ଏହି ଯୋଜନାରେ ଥିବା କାର୍ଯ୍ୟ ପରିସରକୁ ବୃଦ୍ଧି କରାଯାଇ ରାସ୍ତାର ଉନ୍ନତିକରଣ / ପ୍ରଶସ୍ତିକରଣ ଏବଂ ପଞ୍ଚାୟତ ରାସ୍ତାକୁ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ହସ୍ତାନ୍ତରଣ କରି ଓଡିଆର୍ ଓଡ଼ିଶା ଜିଲ୍ଲା ରାସ୍ତା ମାନର କରାଯାଇଛି । ୨୦୧୫ – ୧୬ ବର୍ଷରେ ଏହି ଯୋଜନା କାର୍ଯ୍ୟକାରୀ କରାଯାଇ ୧୩୫୭ଟି ସଡ଼କ ( ୬୬୨୮.୭୫ କିମି ) ଏହି ଯୋଜନାରେ ସଂଶ୍ଳିଷ୍ଟ କରାଯାଇଛି । ୨୦୨୩ ଜାନୁଆରୀ ଶେଷସୁଦ୍ଧା ୧୧୭୨ଟି ଜନବସତିକୁ ସବୁଦିନିଆ ରାସ୍ତା ଯୋଗାଇ ଦିଆଯାଇଛି । ୨୦୨୩ – ୨୪ ବର୍ଷରେ ୨୦୦୦ କିମି ନୂତନ ରାସ୍ତା ନିର୍ମାଣ ପାଇଁ ଆବଶ୍ୟକ ଅର୍ଥ ଭରଣା ସକାଶେ ୬୫୦ କୋଟି ଟଙ୍କା ବଜେଟର ପ୍ରସ୍ତାବ ରଖାଯାଇଛି। ବ୍ୟୟାଧିକ କ୍ଷତିଗ୍ରସ୍ତ ସଡ଼କ ଇତ୍ୟାଦିର ଉନ୍ନତିକରଣ ଏହି ଯୋଜନାର ଉଦ୍ଦେଶ୍ୟ । ୨୦୨୩ ବର୍ଷର ବଜେଟରେ ଅସଂପୂର୍ଣ୍ଣ ଥିବା ସଡ଼କ କାର୍ଯ୍ୟ ପାଇଁଥିବା ଆର୍ଥିକ ଆବଶ୍ୟକତା ପୂରଣ ଓ ପ୍ରାୟତଃ ୧୫୦୦ କିମି ରାସ୍ତାର ଉନ୍ନତିକରଣ ସକାଶେ ୩୫୦ କୋଟି ଟଙ୍କାର ବଜେଟ ପ୍ରସ୍ତାବ ରଖାଯାଇଛି । ମୁଖ୍ୟମନ୍ତ୍ରୀ ସଡକ ଯୋଜନା- ହସ୍ତାନ୍ତରିତ ସଡ଼କ ଉନ୍ନତିକରଣ କାର୍ଯ୍ୟକ୍ରମ ( TRIP ) ନିକଟରେ ଅନେକ ଗ୍ରାମୀଣ ରାସ୍ତାକୁ ଉନ୍ନତିକରଣ ଉଦ୍ଦେଶ୍ୟରେ ପଞ୍ଚାୟତିରାଜ ବିଭାଗ / ଜଳସମ୍ପଦ ବିଭାଗରୁ ଗ୍ରାମ୍ୟ ଉନ୍ନୟନ ବିଭାଗ ଖାତାକୁ ହସ୍ତାନ୍ତର କରାଯାଇଛି । ୨୦୨୩ – ୨୪ ଆର୍ଥିକ ବର୍ଷ ପାଇଁ ଅସମ୍ପୂର୍ଣ୍ଣ ସଡ଼କ ପ୍ରକଳ୍ପର ନିର୍ମାଣ ଏବଂ ନୂତନ ରାସ୍ତାର ଉନ୍ନତିକରଣ ନିମନ୍ତେ ବଜେଟରେ ୪୫୦ , ୦୦ କୋଟି ଟଙ୍କାର ବ୍ୟୟବରାଦ ପାଇଁ ପ୍ରସ୍ତାବ ଦିଆଯାଇଥିବା ବେଳେ ସମୁଦାୟ ରାସ୍ତାର ଦୈର୍ଘ୍ୟ ପ୍ରାୟ ୨୦୦୦ କିଲୋମିଟର ହେବ । ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା – ଦୁର୍ଗମ ଅଞ୍ଚଳର ଯୋଗାଯୋଗବିହୀନ ଗ୍ରାମଗୁଡ଼ିକର ସଂଯୋଗୀକରଣ ( CUVDA ) ବିଶେଷକରି ରାଜ୍ୟର ନକ୍ସଲ ପ୍ରଭାବିତ ଜିଲ୍ଲାମାନଙ୍କରେ ଯୋଗାଯୋଗ ସୁବିଧା ନଥିବା ବସତି / ଗ୍ରାମକୁ ସବୁଦିନିଆ ରାସ୍ତା ଦ୍ଵାରା ସଂଯୋଗ କରିବା ଏବଂ ଯେ କୌଣସି ଜନସଂଖ୍ୟା ପାଇଁ ରହିଥିବା ବର୍ତ୍ତମାନର ଗ୍ରାମ୍ୟ ସଡକର ଉନ୍ନତି କରିବା ଉଦ୍ଦେଶ୍ୟରେ ଏହି ଯୋଜନାକୁ କାର୍ଯ୍ୟକାରୀ କରାଯାଉଛି। ୨୦୨୩ – ୨୪ ଆର୍ଥିକ ବର୍ଷ ପାଇଁ ଅସମ୍ପୂର୍ଣ୍ଣ ସଡ଼କ ପ୍ରକଳ୍ପର ନିର୍ମାଣ ଏବଂ ନୂତନ ରାସ୍ତାର ଉନ୍ନତିକରଣ ନିମନ୍ତେ ଆବଶ୍ୟକ ହେଉଥିବା ପାଣ୍ଠି ପାଇଁ ବଜେଟରେ ୩୧୧.୦୦ କୋଟି ଟଙ୍କାର ବ୍ୟୟବରାଦ ପାଇଁ ପ୍ରସ୍ତାବ ଦିଆଯାଇଥିବା ବେଳେ ସମୁଦାୟ ରାସ୍ତାର ଦୈର୍ଘ୍ୟ ପ୍ରାୟ ୨୦୦ , ୦୦ କିଲୋମିଟର ହେବ । ମୁଖ୍ୟମନ୍ତ୍ରୀ ସଡକ ଯୋଜନା – ରାସ୍ତା ନଥିବା ଗ୍ରାମଗୁଡ଼ିକର ସଂଯୋଗୀକରଣ ( ସିଏମ୍ଆରଏଲ୍ ) : ଯଦିଓ ସରକାର ବିଭିନ୍ନ ବିଭାଗ ମାଧ୍ୟମରେ ରାଜ୍ୟରେ ଉନ୍ନତ ଯୋଗାଯୋଗ ସୁବିଧାର ବିକାଶକୁ ପ୍ରାଥମିକତା ଦେଇଆସିଛନ୍ତି , ତଥାପି ଏହା ଦେଖିବାକୁ ମିଳୁଛି ଯେ ଆନ୍ତଃରାଜ୍ୟ , ଆନ୍ତଃଜିଲ୍ଲା ଏବଂ ଆନ୍ତଃବ୍ଲକ ଯୋଗାଯୋଗ କ୍ଷେତ୍ରରେ ଏବେ ମଧ୍ୟ ବ୍ୟବଧାନ ରହିଛି । ଆନ୍ତଃରାଜ୍ୟ , ଆନ୍ତଃଜିଲ୍ଲା , ଆନ୍ତଃବ୍ଲକ୍‌ର ଏହି ବ୍ୟବଧାନକୁ ଦୂର କରିବା ସହ ପଡ଼ୋଶୀ ରାଜ୍ୟ , ଜିଲ୍ଲା ଓ ବ୍ଲକ୍ ମଧ୍ୟରେ ସବୁଦିନିଆ ଯୋଗାଯୋଗକୁ ପୁନଃପ୍ରତିଷ୍ଠା କରିବା ପାଇଁ ଏହି ଯୋଜନା କାର୍ଯ୍ୟକାରୀ କରାଯାଉଛି । ୨୦୨୩ – ୨୪ ଆର୍ଥିକ ବର୍ଷ ପାଇଁ ଅସମ୍ପୂର୍ଣ୍ଣ ସଡ଼କ ପ୍ରକଳ୍ପର ନିର୍ମାଣ ଏବଂ ନୂତନ ରାସ୍ତାର ଉନ୍ନତିକରଣ ନିମନ୍ତେ ଆବଶ୍ୟକ ହେଉଥିବା ପାଣ୍ଠି ପାଇଁ ବଜେଟରେ ୩୦୦.୦୦ କୋଟି ଟଙ୍କାର ବ୍ୟୟବରାଦ ପାଇଁ ପ୍ରସ୍ତାବ ଦିଆଯାଇଥିବା ବେଳେ ସମୁଦାୟ ରାସ୍ତାର ଦୈର୍ଘ୍ୟ ପ୍ରାୟ ୩୦୦ , ୦୦ କିଲୋମିଟର ହେବ । ୨୦୨୩ – ୨୪ ଆର୍ଥିକ ବର୍ଷରେ ଉପରୋକ୍ତ ଯୋଜନାଗୁଡିକ ଅଧୀନରେ ୨୦୬୧କୋଟି ଟଙ୍କା ବ୍ୟୟ ଅଟକଳରେ ପ୍ରାୟ ୬୦୦୦ କିଲୋମିଟର ମୁଖ୍ୟମନ୍ତ୍ରୀ ସଡକ ଯୋଜନା ରାସ୍ତା ତିଆରି ହେବାକୁ ଥିବା ବେଳେ ଏହା ରାଜ୍ୟର ଗ୍ରାମୀଣ ଯୋଗାଯୋଗ କ୍ଷେତ୍ରରେ ବ୍ୟାପକ ଉନ୍ନତି ଆଣିବ।

ନାବାର୍ଡ ସହାୟତା ପ୍ରକଳ୍ପ ( ଆର.ଆଇ.ଡି.ଏଫ ) :

୨୦୨୩ – ୨୪ ଆର୍ଥିକ ବର୍ଷ ପାଇଁ ଅସମ୍ପୂର୍ଣ୍ଣ ସଡ଼କ ପ୍ରକଳ୍ପର ନିର୍ମାଣ ଏବଂ ନୂତନ ରାସ୍ତାର ଉନ୍ନତିକରଣ ନିମନ୍ତେ ଆବଶ୍ୟକ ହେଉଥିବା ପାଣ୍ଠି ପାଇଁ ବଜେଟରେ ୧୦୦ , ୦୦ କୋଟି ଟଙ୍କାର ବ୍ୟୟବରାଦ ପାଇଁ ପ୍ରସ୍ତାବ ଦିଆଯାଇଥିବା ବେଳେ ସମୁଦାୟ ରାସ୍ତାର ଦୈର୍ଘ୍ୟ ପ୍ରାୟ ୧୦୦ , ୦୦ କିଲୋମିଟର ହେବ । ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା – ୨ ( ପିଏମ୍‌ଜିଏସ୍‌ଇ -୨ ) ୨୦୦୦ – ୦୧ ଆର୍ଥିକ ବର୍ଷରୁ ୨୦୧୮ – ୧୯ ଆର୍ଥିକ ବର୍ଷର ଶେଷ ଯାଏଁ ବିଭିନ୍ନ ପର୍ଯ୍ୟାୟରେ ୬୧୧୨୨.୪୧ କିମି ଦୈର୍ଘ୍ୟବିଶିଷ୍ଟ ୧୫୮୨୬ଟି ରାସ୍ତା ଏବଂ ୧୭୦୨୨ ଗୋଟି ଅପହଞ୍ଚ ଇଲାକା ସହ ସଂଯୁକ୍ତ ହେବା ପାଇଁ ୫୨୫ ଗୋଟି ବ୍ରିଜ୍‌ ପାଇଁ କେନ୍ଦ୍ର ସରକାର ସମୁଦାୟ ୨୫୯୧୦.୨୯ କୋଟି ଟଙ୍କା ମଂଜୁର କରିଛନ୍ତି । ୫୮୫୬୬.୧୭ କିମି ବିଶିଷ୍ଟ ୧୫୭୭୧ ଗୋଟି ଇଲାକାକୁ ସଂଯୁକ୍ତ କରି ସର୍ବକାଳୀନ ଯାତାୟତ ଉପଯୋଗୀ ୫୦୩ ଗୋଟି ମିସିଂ ଲିଙ୍କ୍ ବ୍ରିଜ୍‌ ନିର୍ମାଣ କରିବାରେ ସମୁଦାୟ ଟ.୨୫୯୪୫.୫୩ କୋଟି ଟଙ୍କା ବ୍ୟୟ କରାଯାଇଛି । ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା – ୨ରେ ୩୬୪୮.୦୬ କିମି ରାସ୍ତା ( ୬୩୩ ଗୋପି ରାସ୍ତା ସହ ୨୯ ଗୋଟି ବ୍ରିଜ୍ ) ୧୫୭୨.୧୯ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଛି । ପିଏମ୍‌ଜିଏସ୍ଇ – ୩ ୨୦୨ – ୨୧ ମସିହାରେ ପିଏମ୍‌ଜିଏସ୍ୱାଇ – ୩ର ଶୁଭାରମ୍ଭ ହୋଇଥିଲା । ପିଏମ୍‌ଜିଏସ୍ୱଇ – ୩ର ମୁଖ୍ୟ ଲକ୍ଷ ହେଲା ବର୍ତ୍ତମାନର ଗ୍ରାମାଞ୍ଚଳ ରାସ୍ତାଘାଟର ଉନ୍ନତ ଓ ସଶକ୍ତ କରି ପ୍ରମୁଖ ଗ୍ରାମ୍ୟ ସଂଯୋଗୀକରଣ ଦ୍ଵାରା ଗ୍ରାମାଞ୍ଚଳକୁ ଗ୍ରାମୀଣ କୃଷି ବିପଣନ , ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ , ହସ୍‌ପିଟାଲ୍ ଏବଂ ପରିବହନ ବ୍ୟବସ୍ଥାର ନେଟ୍‌ୱର୍କିଂ କରିବା । ବର୍ତ୍ତମାନ ସୁଦ୍ଧା ୯୪୦୦.୦୮ କିମିର ୧୪୦୮ ଗୋଟି ରାସ୍ତା , ୯୨ ଗୋଟି ବ୍ରିଜ୍ ଓ ଏଥପାଇଁ ଟ . ୫୮୪୮.୧୦ କୋଟି ଟଙ୍କା ଗ୍ରହଣ କରାଯାଇଥିବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ବର୍ତ୍ତମାନ ସୁଦ୍ଧା ୪୨୮୦.୮୦ କିମିର ରାସ୍ତା ଏବଂ ୩ ଗୋଟି ବ୍ରିଜ୍ , ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା – ୩ ଅଧୀନରେ ଶେଷ ହୋଇଛି । ୨୦୨୩ – ୨୪ ଆର୍ଥିକ ବର୍ଷରେ ଏ ସମସ୍ତ ନିର୍ମାଣ କାର୍ଯ୍ୟ ସଂପନ୍ନ ହେବା ପାଇଁ ଅତିରିକ୍ତ ୧୪୫୦ କୋଟି ଟଙ୍କାର ପ୍ରୋଭିଜନାଲ୍ ମଂଜୁର କରାଯାଇଛି । କୋଠାବାଡ଼ି ପ୍ରକଳ୍ପ ବିଭାଗ ଦ୍ଵାରା ପ୍ରଦାନ କରାଯାଇଥିବା ପାଣ୍ଠି ବିନିଯୋଗ କରି ଆବାସିକ ଓ ଅଣଆବାସିକ କୋଠାବାଡ଼ି ନିର୍ମାଣ ସହିତ ଗ୍ରାମ୍ୟ ଉନ୍ନୟନ ବିଭାଗ ଅନ୍ୟ ବିଭାଗ ଦ୍ଵାରା ପ୍ରଦାନ କରାଯାଇଥିବା ପାଣ୍ଠି ବିନିଯୋଗ କରି ସେହି ବିଭାଗମାନଙ୍କ ପାଇଁ କୋଠାବାଡ଼ି ନିର୍ମାଣ କରିଥାଏ । ୨୦୨୩ – ୨୪ ଆର୍ଥିକ ବର୍ଷରେ ୭୧ କୋଟି ଟଙ୍କା ନିର୍ମାଣ କ୍ଷେତ୍ର ନିମନ୍ତେ ବ୍ୟୟବରାଦ କରାଯାଇଛି । ସେଥି ମଧ୍ୟରୁ ୩୨ କୋଟି ଟଙ୍କା ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ନୂତନ ଅଣଆବାସିକ କୋଠା ନିର୍ମାଣ ଓ ଚାଲୁ ରହିଥିବା ପ୍ରକଳ୍ପ ସଂପୂର୍ଣ୍ଣ କରାଯିବ ଏବଂ ଏଥୁରୁ ୨୩ କୋଟି ଟଙ୍କା ନୂତନ ଆବାସିକ କୋଠା ନିର୍ମାଣ ଓ ଚାଲୁ ରହିଥିବା ପ୍ରକଳ୍ପ ସଂପୂର୍ଣ୍ଣ କରିବା ପାଇଁ ବ୍ୟୟବରାଦ କରାଯାଇଥିବା ବିଭାଗ ପକ୍ଷରୁ ଜାରି ପ୍ରେସ ବିବୃତିରେ ସୂଚନା ଦିଆଯାଇଛି।

Comments are closed.