କେନାଲରୁ ଅଜଣା ଶବ ଉଦ୍ଧାର

ବରଗଡ଼: ବରଗଡ଼ ଜିଲ୍ଲା ବରପାଲି ମୁଖ୍ୟ କେନାଲ ଟିଙ୍ଗିପାଲି ପୋଲ ନିକଟରୁ ଏକ ଅଜଣା ଯୁବକର କ୍ଷତାକ୍ତ ଶବ ଉଦ୍ଧାର ହୋଇଛି । ଉକ୍ତ ଶବଟି ୪୦ ବର୍ଷୀୟ ହେବ ବୋଲି ଅନୁମାନ କରାଯାଉଛି ।

ସୂଚନା ମତେ ରବିବାର ପୂର୍ବାହ୍ନ ସମୟରେ ଟିଙ୍ଗିପାଲି ତଥା ଆଖପାଖ ଅଞ୍ଚଳରୁ କେନାଲକୁ ଗାଧୋଇବାକୁ ଯାଇଥିବା ବେଳେ ଶବଟି ଭାସମାନ ଅବସ୍ଥାରେ ରାମପୁର ପାର୍ଶ୍ବକୁ ଯାଉଥିବା ଦେଖିଥିଲେ । ଏନେଇ ଘଟଣା ସମ୍ପର୍କରେ ପୋଲିସକୁ ଖବର ଦେବା ପରେ ଘଟଣାସ୍ଥଳରେ ପୋଲିସ ପହଂଚି ଅଗ୍ନିଶମ ବିଭାଗ ସହାୟତାରେ ପାଣିରୁ ଉଦ୍ଧାର କରାଯାଇଥିଲା । ପରେ ଶବର ମାଇନା କରିବା ସହ ପୋଲିସ ଏକଅପମ୍ରୁତ ମାମଲା ରୁଜୁ କରିବା ସହ ବ୍ୟବଚ୍ଛେଦ ନିମନ୍ତେ ବରଗଡ଼କୁ ପଠାଇଥିଲା । ଯୁବକର ମୁହଁରେ ଆଘାତ ଲାଗିଥିବା ବେଳେ ପୋଲିସକୁ ସଠିକ ପରିଚୟ ମିଳି ପାରିନଥିବା ଜଣାପଡିଥିଲା ।

Comments are closed.