ରେଳ ଚଳାଚଳ ବିକାଶ ନେଇ ବିଧାୟକଙ୍କ ସହ ଆଲୋଚନା କଲା ରେଳ ଉପଭୋକ୍ତା ସଂଘ

ବରଗଡ଼: ବରଗଡ ରେଳ ଉପଭୋକ୍ତା ସଂଘର ଏକ ପ୍ରତିନିଧି ଦଳ ଭଟଲି ବିଧାୟକ ସୁଶାନ୍ତ ସିଂହଙ୍କୁ ସୋହେଲା ବାସ ଭବନରେ ସାକ୍ଷାତ କରି ଏ ଅଞ୍ଚଳରେ ରେଳ ଚଳାଚଳରେ ବିକାଶ ପାଇଁ ଆଲୋଚନା କରିଥିଲେ।

ସମ୍ବଲପୁର-ପୁରୀ ଇଣ୍ଟରସିଟିକୁ ବଲାଙ୍ଗିର ପର୍ଯ୍ୟନ୍ତ ଚଳାଇବା ପାଇଁ ପୂର୍ବତଟ ରେଳପଥର ମହା ପ୍ରବନ୍ଧକଙ୍କ ସହ ଯୋଗାଯୋଗ କରି ଶୀଘ୍ର ଏହି ସୁବିଧା ଲୋକଙ୍କୁ ଯୋଗାଇଦେବାକୁ ଆଲୋଚନା ହୋଇଥିଲା। ଦ୍ୱିତୀୟରେ, ବରଗଡ-ନୂଆପଡା ରେଳଲାଇନ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯିବାକୁ ଓରିଡିଲ ସହ କଥାବାର୍ତ୍ତା କରିବାକୁ ଶ୍ରୀ ସିଂହଙ୍କୁ ଅନୁରୋଧ କରାଯାଇଥିଲା। ଏହି ଦୁଇ ପ୍ରସ୍ତାବ ଉପରେ ଉପଯୁକ୍ତ ପଦକ୍ଷେପ ନିଆଯିବ ବୋଲି ଶ୍ରୀ ସିଂହ ପ୍ରକାଶ କରିଥିଲେ। ଯୁବ ନେତା ସଂଗ୍ରାମ ନେପାକଙ୍କ ଉଦ୍ୟମରେ ସଂଗଠିତ ଏହି ଆଲୋଚନାରେ ରେଳ ଉପଭୋକ୍ତା ସଂଘର ଉପସଭାପତି କୃଷ୍ଣ ଚନ୍ଦ୍ର ପଣ୍ଡା ଓ ସର୍ଦ୍ଦାର ପ୍ରୀତମ ସିଂହ, ସମ୍ପାଦକ କମଳ ଯୋଷୀ, କୋଷାଧ୍ୟକ୍ଷ ଅଭିଜିତ ପ୍ରତିହାର ଅଂଶଗ୍ରହଣ କରିଥିଲେ ।

Comments are closed.