କୋଭିଡ କଟକଣାରେ ଖୋଲିଲା ରାଜ୍ୟର ବୈଷୟିକ ଶିକ୍ଷାନୁଷ୍ଠାନ, କେବଳ ଶେଷବର୍ଷର ପିଲାଙ୍କ କ୍ଲାସ୍‌

ଭୁବନେଶ୍ୱର – ଆଜିଠାରୁ ରାଜ୍ୟରେ ସମସ୍ତ ବୈଷୟିକ ଶିକ୍ଷାନୁଷ୍ଠାନ ଖୋଲିଛି । ଆଇଟିଆଇ, ପଲିଟେକନିକ, ଇଞ୍ଜିନିୟରିଂ କଲେଜ ଖୋଲିଛି । ସବୁ ବୈଷୟିକ ଓ ବୃତ୍ତିଗତ ଶିକ୍ଷାର କେବଳ ଶେଷବର୍ଷ ଛାତ୍ରଛାତ୍ରୀଙ୍କ ପାଇଁ ଶିକ୍ଷାନୁଷ୍ଠାନ ଖୋଲିଛି । ଅନ୍ୟବର୍ଷର କ୍ଲାସଗୁଡିକୁ ପରିସ୍ଥିତି ଦେଖି ଖୋଲିବା ନିଷ୍ପତ୍ତି ନିଆଯିବ । ରାଜ୍ୟ ସରକାରଙ୍କ ଏସଓପି ଅନୁସାରେ ସବୁ ଶିକ୍ଷାନୁଷ୍ଠାନ ଖୋଲିଛି । କଡା କୋଭିଡ ଗାଇଡଲାଇନ ସହ କ୍ଲାସରେ ପାଠ ପଢା ହେବ । ଶେଷବର୍ଷର ଛାତ୍ରଛାତ୍ରୀ ହିଁ ହଷ୍ଟେଲରେ ରହିପାରିବେ । ଯେଉଁ ବୈଷୟିକ ଶିକ୍ଷାନୁଷ୍ଠାନ ଗୁଡିକ କୋଭିଡ ଗାଇଡଲାଇନ ପାଳନ କରିବେ ନାହିଁ , ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରେମାନନ୍ଦ ନାୟକ କହିଛନ୍ତି । କ୍ଲାସରୁମ ଓ ହଷ୍ଟେଲ ପରିସରରେ ସାମାଜିକ ଦୂରତା ଅବଲମ୍ବନ, ମାସ୍କ ପରିଧାନ ଓ ସ୍କ୍ରିନିଂ ବ୍ୟବସ୍ଥା କଡାକଡି ଭାବେ ପାଳନ ପାଇଁ ବୈଷୟିକ ଶିକ୍ଷା ବିଭାଗ ନିର୍ଦ୍ଦେଶ ଦେଇଛି ।

Comments are closed.