ପରୀକ୍ଷା ଦେଇ ଫେରୁଥିବା ବେଳେ ଯୁକ୍ତ ଦୁଇ ଛାତ୍ରୀଙ୍କୁ ଯୁବକର ଛୁରାମାଡ

ଗୁଣୁପୁର – ପରୀକ୍ଷା ଦେଇ ଘରକୁ ଫେରୁଥିବା ବେଳେ ଜଣେ ଯୁକ୍ତ ଦୁଇ ଦ୍ବିତୀୟ ବର୍ଷର ଛାତ୍ରୀଙ୍କୁ ଜଣେ ଯୁବକ ଆକ୍ରମଣ କରିଛି । ଛାତ୍ରୀ ଜଣଙ୍କୁ ଛୁରାମାଡ଼ କରିଛି ଯୁବକ । ଛାତ୍ରୀଙ୍କ ଅବସ୍ଥା ଗୁରୁତର ରହିଛି।

ରାୟଗଡ଼ା ଜିଲ୍ଲା ଗୁମୁଡ଼ାସ୍ଥିତ ଦ୍ରୌପଦୀ ବିଦ୍ୟାପୀଠରୁ ଯୁକ୍ତ ଦୁଇ ପରୀକ୍ଷା ଦେଇ ବିଷମକଟକ ଅଞ୍ଚଳର ଛାତ୍ରୀ ଜଣକ ଘରକୁ ଫେରୁଥିଲା ବେଳେ ତାଙ୍କୁ ଜଣେ ଯୁବକ ଯୁବକ ଏକ ଛୁରୀରେ ଅତର୍କିତ ଭାବେ ଆକ୍ରମଣ କରିଥିଲା। ସ୍ଥାନୀୟ ଲୋକେ ଉକ୍ତ ଯୁବକଙ୍କୁ କାବୁକରି ପୁଲିସରେ ଜିମା ଦେଇଛନ୍ତି। ଗୁରୁତର ଆହତ ଛାତ୍ରୀଙ୍କୁ ବ୍ରହ୍ମପୁରସ୍ଥିତ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମେଡିକାଲ କଲେଜ ଏବଂ ହସ୍‌ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି। ଏକତରଫା ପ୍ରେମକୁ କେନ୍ଦ୍ର କରି ଏହି ଅପ୍ରୀତିକର ଘଟଣା ଘଟିଥିବା ନେଇ ସନ୍ଦେହ କରାଯାଉଛି।

Comments are closed.