ଭୁବନେଶ୍ଵରରେ ଅଭିନେତା ପିଣ୍ଟୁଙ୍କ ମରଶରୀର, କାଲି ସ୍ୱର୍ଗଦ୍ୱାରରେ ଅନ୍ତିମ ସଂସ୍କାର

ଭୁବନେଶ୍ୱର – ଅଭିନେତା ପିଣ୍ଟୁ ନନ୍ଦଙ୍କର ମରଶରୀର ଭୁବନେଶ୍ବରରେ ପହଞ୍ଚିଛି । ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପିଣ୍ଟୁଙ୍କ ମରଶରୀର ପହଞ୍ଚିଲା ପରେ ଆମ୍ବୁଲାନ୍ସରେ ନେଇ ଏକ ଘରୋଇ ଡାକ୍ତରଖାନାକୁ ନିଆଯାଇଛି। ସେଠାରେ ପିଣ୍ଟୁଙ୍କ ମରଶରୀର ରାତିସାରା ରହିବ। ଆସନ୍ତାକାଲି ପୁରୀ ସ୍ବର୍ଗଦ୍ବାରରେ ଅନ୍ତିମ ସତ୍କାର କରାଯିବ ବୋଲି ଜଣାପଡିଛି। ବିମାନବନ୍ଦରରେ ପିଣ୍ଟୁ ନନ୍ଦଙ୍କର ମରଶରୀର ପହଞ୍ଚିଲା ପରେ ଓଡ଼ିଆ ସିନେ କଳାକାର ତଥା ଚଳଚ୍ଚିତ୍ର ଜଗତ ସହିତ ଜଡ଼ିତ ବ୍ୟକ୍ତି ବିଶେଷ ବିମାନବନ୍ଦରରେ ପହଞ୍ଚି ଥିଲେ।

Comments are closed.