ରାଜ୍ୟବାସୀଙ୍କୁ ଦୋଳ ପୂର୍ଣ୍ଣିମାର ଶୁଭେଚ୍ଛା ଓ ଶୁଭକାମନା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର – ଆଜି ପବିତ୍ର ଦୋଳ ପୂର୍ଣ୍ଣିମା । ରାଧାକୃଷ୍ଣଙ୍କ ଏହି ଫଗୁଣ ପର୍ବ ଉପଲକ୍ଷେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପ୍ରଭୁ ଶ୍ରୀ ଦୋଳଗୋବିନ୍ଦଙ୍କ ଆଶୀର୍ବାଦରୁ ସମସ୍ତଙ୍କ ଜୀବନ ସୁଖ, ସମୃଦ୍ଧିରେ ପରିପୂର୍ଣ୍ଣ ହେଉ ବୋଲି ମୁଖ୍ୟମନ୍ତ୍ରୀ ଟୁଇଟ କରିଛନ୍ତି। ଆଜି ସାରା ଓଡ଼ିଶାରେ ଦୋଳପୂର୍ଣ୍ଣିମା ହର୍ଷ ଉଲ୍ଲାସର ସହ ପାଳନ କରାଯାଉଛି । ଆସନ୍ତାକାଲି ହୋଲି ପାଳନ କରାଯିବ ।

Comments are closed.