ହୋଲି ପାଳନକୁ ନେଇ ପାକିସ୍ତାନର ପଞ୍ଜାବ ବିଶ୍ୱବିଦ୍ୟାଳୟରେ ହିନ୍ଦୁ ଛାତ୍ରଙ୍କୁ ଆକ୍ରମଣ, ୧୫ ଆହତ

ଇସଲାମାବାଦ: ପାକିସ୍ତାନର ପଞ୍ଜାବ ବିଶ୍ୱବିଦ୍ୟାଳୟରେ ହୋଲି ପାଳନକୁ ନେଇ ହିନ୍ଦୁ ଛାତ୍ର ଏବଂ ଏକ ମୁସଲିମ ଛାତ୍ର ସଂଗଠନ ମଧ୍ୟରେ ବିବାଦ ଉପୁଜିଛି।

ସୂଚନା ଅନୁଯାୟୀ ସୋମବାର ଘଟିଥିବା ଏହି ସଂଘର୍ଷରେ ଅତି କମରେ ୧୫ ହିନ୍ଦୁ ଛାତ୍ର ଆହତ ହୋଇଛନ୍ତି।

ପଞ୍ଜାବ ବିଶ୍ୱବିଦ୍ୟାଳୟର ଆଇନ କଲେଜରେ ଏହି ଘଟଣା ଘଟିଛି ​​। ପ୍ରାୟ ୩୦ ଜଣ ହିନ୍ଦୁ ଛାତ୍ର ହୋଲି ପାଳନ କରିବାକୁ କ୍ୟାମ୍ପସରେ ଏକାଠି ହୋଇଥିଲେ। ହୋଲି ପାଳନ କରିବାକୁ ସେମାନେ ଅନୁମତି ନେଇଥିଲେ ହେଁ ହିନ୍ଦୁ ଛାତ୍ରମାନଙ୍କ ଉପରେ ଆକ୍ରମଣ ହୋଇଥିଲା ।

ପାକିସ୍ତାନର ନ୍ୟୁଜ୍ ୱେବସାଇଟ୍ ଡନ୍ ଅନୁଯାୟୀ, ହିନ୍ଦୁ ଛାତ୍ରଙ୍କୁ ଆକ୍ରମଣ କରିଥିବା ଛାତ୍ର ସଂଗଠନର ନାମ ହେଉଛି ଇସଲାମି ଜାମାତ ତୁଲବା।

Comments are closed.