କାଲିଠାରୁ ମାଟ୍ରିକ ପରୀକ୍ଷା

ଭୁବନେଶ୍ୱର -ଆସନ୍ତାକାଲିଠୁ ଆରମ୍ଭ ହେଉଛି ମାଟ୍ରିକ ପରୀକ୍ଷା। ମାର୍ଚ୍ଚ ୨୦ ତାରିଖ ଯାଏଁ ଚାଲିବ ମାଟ୍ରିକ ଦ୍ଵିତୀୟ ସମ୍ମେଟିଭ ପରୀକ୍ଷା। ମାଟ୍ରିକ ସହ ମଧ୍ୟମା ଓ ଓପନ ସ୍କୁଲ ପରୀକ୍ଷା ମଧ୍ୟ କାଲିଠାରୁ ଆରମ୍ଭ ହେଉଛି । ଏଥର ୫ଲକ୍ଷ ୪୧ ହଜାର ୨୪୭ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ପରୀକ୍ଷା ପାଇଁ ୩ ହଜାର ୨୧୮ କେନ୍ଦ୍ର ପ୍ରତିଷ୍ଠା କରାଯାଇଛି । ୨୨ଟି ପୋଲିସ ଷ୍ଟେସନକୁ ମିଶାଇ ହୋଇଥିବା ୩୧୬ ନୋଡାଲ ସେଣ୍ଟରରେ ପ୍ରଶ୍ନପତ୍ର ଷ୍ଟ୍ରଙ୍ଗ ରୁମରେ ରଖାଯାଇଛି। ସେଠାରୁ ପ୍ରତିଦିନ ସକାଳେ ପୋଲିସ ସୁରକ୍ଷା ସହ ବିଭିନ୍ନ ପରୀକ୍ଷା କେନ୍ଦ୍ରକୁ ପ୍ରଶ୍ନପତ୍ର ପଠାଯିବ।

ଏଥର କପି ରୋକିବାକୁ ବିଶେଷ ପଦକ୍ଷେପ ନିଆଯାଇଛି। କପି ରୋକିବାକୁ ଗଠନ ହୋଇଛି ସ୍ୱତନ୍ତ୍ର ସ୍କ୍ୱାଡ୍ । ପରୀକ୍ଷା କେନ୍ଦ୍ରଗୁଡିକରେ ସିସିଟିଭି ବ୍ୟବସ୍ଥା କରାଯାଇଛି। ଖରା ଦିନ ହୋଇଥିବାରୁ ସକାଳ ୮ରୁ ୧୦ ଯାଏଁ ପରୀକ୍ଷା ହେବ। ବୋର୍ଡ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ପରୀକ୍ଷା ୮ଟାରୁ ଆରମ୍ଭ ହୋଇ ୧୦ଟାରେ ଶେଷ ହେବ। ପ୍ରଥମ ଦିନରେ ପିଲାମାନେ ଘଣ୍ଟାଏ ପୂର୍ବରୁ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବେ। ପରୀକ୍ଷାର୍ଥୀମାନେ ପରୀକ୍ଷା କେନ୍ଦ୍ରକୁ ଯିବା ବେଳେ ସାଙ୍ଗରେ ଆଡମିଟ୍‌ କାର୍ଡ, ବ୍ଲ୍ୟୁ ଓ ବ୍ଲାକ୍ ପେନ୍, ଓ ପେନ୍‌ସିଲ୍ ଜେମେଟ୍ରିବକ୍ସ ବକ୍ସ ନେଇଯିବେ। ଏହାସହ ଶିକ୍ଷକମାନେ ପରୀକ୍ଷା କେନ୍ଦ୍ରକୁ ଯିବାବେଳେ ମୋବାଇଲ ସ୍ୱିଚ୍‌ ଅଫ୍‌ ମୋଡରେ ନିର୍ଦ୍ଦିଷ୍ଟ ସ୍ଥାନରେ ରହିବ।

Comments are closed.