ଦୀର୍ଘ ୩୬ ଘଣ୍ଟା ପରେ ପୁରୀ ମାର୍କେଟ କମ୍ପ୍ଲେକ୍ସ ନିଆଁ ଆୟତ୍ତ

ପୁରୀ – ଦୀର୍ଘ ୩୬ ଘଣ୍ଟା ପରେ ପୁରୀ ମରୀଚିକୋଟ ଛକରେ ଥିବା ଲକ୍ଷ୍ମୀ ମାର୍କେଟ କମ୍ପ୍ଲେକ୍ସରେ ଲାଗିଥିବା ନିଆଁକୁ ଲିଭାଯାଇଛି ।କମ୍ପ୍ଲେକ୍ସରେ ଲାଗିଥିବା ନିଆଁ ସମ୍ପୂର୍ଣ୍ଣ ଲିଭିଛି ।

ଅଗ୍ନିଶମ କର୍ମଚାରୀ, ଓଡ୍ରାଫ ପକ୍ଷରୁ ନିଆଁ ଲିଭା ପାଇଁ ଚାଲିଥିବା ଅପରେସନ ସଫଳ ହୋଇଛି । ଏ ନେଇ ସୂଚନା ଦେଇଛନ୍ତି ଅଗ୍ନିଶମ ଅଧିକାରୀ ରମେଶ ଚନ୍ଦ୍ର ମାଝୀ ।

ମାର୍କେଟ କମ୍ପ୍ଲକ୍ସର ପଛପଟ ଭାଙ୍ଗି ନିଆଁ ନିୟନ୍ତ୍ରଣ କରାଯାଇଛି ।କୋଠାରେ ଅଏଲ ପେଣ୍ଟ ଥିବାରୁ ନିଆଁ ବ୍ୟାପିଥିଲା ବୋଲି ସେ କହିଛନ୍ତି। ଜୋତା, ଚପଲ ପରି ଦହନଶୀଳ ସାମଗ୍ରୀ ଯୋଗୁଁ ଧୂଆଁ ବ୍ୟାପିଥିଲା । ଗତ ୮ ତାରିଖ ରାତିରେ ମାର୍କେଟ କମ୍ପ୍ଲେକ୍ସରେ ନିଆଁ ଲାଗି ଯାଇଥିଲା।

Comments are closed.