ରାଉରକେଲା ଗସ୍ତରେ ମୁଖ୍ୟମନ୍ତ୍ରୀ, ବିର୍ସା ମୁଣ୍ଡା ଆଥଲେଟିକ୍ସ ଷ୍ଟାଡିୟମ ଓ ହକି ପ୍ରଶିକ୍ଷଣ କେନ୍ଦ୍ରର କଲେ ଉଦଘାଟନ

ରାଉରକେଲା – ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଉରକେଲାରେ ନବନିର୍ମିତ ବିର୍ସା ମୁଣ୍ଡା ଆଥଲେଟିକ୍ସ ଷ୍ଟାଡିୟମର ଉଦ୍‌ଘାଟନ କରିଛନ୍ତି। ଷ୍ଟାଡିୟମ ଉଦଘାଟନ କରିବା ସହ ୯୬୪ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଉଦଘାଟନ ସହ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଜିଲ୍ଲା ହକି ପ୍ରଶିକ୍ଷଣ କେନ୍ଦ୍ରର ମଧ୍ୟ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ।

ମୁଖ୍ୟମନ୍ତ୍ରୀ ଭୁବନେଶ୍ବରରୁ ସ୍ବତନ୍ତ୍ର ବିମାନରେ ବାହାରି ଅପରାହ୍ନ ୪ଟା ୫୦ ମିନିଟରେ ରାଉରକେଲା ବିମାନ ବନ୍ଦରରେ ପହଞ୍ଚିଥିଲେ। ବିମାନବନ୍ଦରରୁ ସେ ସିଧାସଳଖ ବିର୍ସା ଛକରେ ୧୪୨ କୋଟି ଟଙ୍କା ବ୍ୟୟରେ ନିର୍ମିତ ଅତ୍ୟାଧୁନିକ ଆଥ୍‌ଲେଟିକ୍ସ ଷ୍ଟାଡିୟମକୁ ଲୋକାର୍ପଣ କରିଥିଲେ। ଷ୍ଟାଡିୟମରେ ପ୍ରାୟ ୧୦ ହଜାର ଦର୍ଶକ ବସିବାର କ୍ଷମତା ରହିଛି।

Comments are closed.