ସ୍ୱାଧୀନତା ଦିବସ : ରାଜଧାନୀରେ ମୁଖ୍ୟମନ୍ତ୍ରୀ ଓ ୧୯ଟି ଜିଲ୍ଲାରେ ମନ୍ତ୍ରୀମାନେ କରିବେ ଜାତୀୟ ପତାକା ଉତ୍ତୋଳନ

ଭୁବନେଶ୍ୱର- କୋରୋନା କଟକଣାରେ ଏଥର ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଳନ କରାଯିବ । ରାଜଧାନୀରେ ୟୁନିଟ -୩ ପ୍ରଦର୍ଶନୀ ପଡିଆରେ ହେବ ରାଜ୍ୟସ୍ତରୀୟ ଉତ୍ସବ । ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିବେ ।

କେଉଁ ଜିଲ୍ଲାରେ କେଉଁ ମନ୍ତ୍ରୀ ପତାକା ଉତ୍ତୋଳନ କରିବେ, ସେ ତାଲିକା ଗୃହ ମନ୍ତ୍ରାଳୟ ପ୍ରକାଶ କରିଛି । ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବରଗଡରେ, କନ୍ଧମାଳରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ଗଞ୍ଜାମରେ ଇସ୍ପାତ ଓ ଖଣି ମନ୍ତ୍ରୀ ପ୍ରଫୁଲ୍ଲ ରୁମାର ମଲ୍ଲିକ, ପୁରୀରେ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, କଟକରେ ପରବିହନ ମନ୍ତ୍ରୀ ପଦ୍ମନାଭ ବେହେରା, ମୟୂରଭଞ୍ଜରେ ପଂଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା, ସୁନ୍ଦରଗଡରେ କୃଷି ମନ୍ତ୍ରୀ ଅରୁଣ ସାହୁ, ବଲାଙ୍ଗିରରେ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂହ,କଳାହାଣ୍ଡିରେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ପତାକା ଉତ୍ତୋଳନ କରିବେ ।

କୋରାପୁଟରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ, ଗଜପତିରେ ଅନୁସୂଚିତ ଜାତି ଓ ଜନଜାତି ମନ୍ତ୍ରୀ ଜଗନ୍ନାଥ ସାରକା, ନୂଆପଡାରେ ଶକ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ସମ୍ବଲପୁରରେ ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ଅଶୋକ ପଣ୍ଡା, ବାଲେଶ୍ୱରରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ, ଅନୁଗୁଳରେ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ସୁବର୍ଣ୍ଣପୁରରେ ଦକ୍ଷତା ବିକାଶ ମନ୍ତ୍ରୀ ପ୍ରେମାନନ୍ଦ ନାୟକ, କେନ୍ଦୁଝରରେ ଜଳସଂପଦ ମନ୍ତ୍ରୀ ରଘୁନନ୍ଦନ ଦାସ, ମାଲକାନଗିରିରେ ହସ୍ତତନ୍ତ ମନ୍ତ୍ରୀ ପଦ୍ମିନୀ ଦିଆନ, ନବରଙ୍ଗପୁରରେ କ୍ରୀଡା ମନ୍ତ୍ରୀ ତୁଷାରକାନ୍ତି ବେହେରା ଜାତୀୟ ପତାକା ଉତ୍ତେଳନ କରିବେ ।

ଖୋର୍ଦ୍ଧା, ଭଦ୍ରକ, ବୌଦ୍ଧ, ଦେବଗଡ, ଢେଙ୍କାନାଳ, ଝାରସୁଗୁଡାରେ କେନ୍ଦ୍ରାପଡାରେ, ଜଗତସିଂହପୁର, ଯାଜପୁର, ରାୟଗଡା ଓ ନୟାଗଡରେ ଜିଲ୍ଲାପାଳମାନେ ପତାକା ଉତ୍ତୋଳନ କରିବେ । ବ୍ରହ୍ମପୁରରେ ଦକ୍ଷିଣାଞ୍ଚଳ ଆରଡିସି ଓ ରାଉରକେଲାରେ ଉତ୍ତରାଞ୍ଚଳ ଆରଡିସି ପତାକା ଉତ୍ତୋଳନ କରିବେ ।

Comments are closed.