ବସ ଧକ୍କାରେ ମହିଳା ଗୁରୁତର

ବରଗଡ଼: ବରଗଡ଼-ଭଟଲି ରାସ୍ତାର ଖେଦାପାଲି ନିକଟରେ ଘଟିଛି ଦୁର୍ଘଟଣା । ମହାରାଜା ନାମକ ଏକ ଘରୋଇ ବସ (ଓଡ଼ି ୧୭-ୱାଇ-୭୩୭୪) ଧକ୍କାରେ ଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି । ସେ ଚାଲି ଚାଲି ଯାଉଥିବା ବେଳେ ବସଟି ଧକ୍କା ଦେଇଥିବା ସୂଚନା ମିଳିଛି । ଆହତ ଜଣକ ଭଟଲି ବ୍ଳକ ନୂଆଗଡ଼ ଗାଁର ହୋଇଥିବା ବେଳେ ବର୍ତ୍ତମାନ ତାଙ୍କ ପରିଚୟ ମିଳିପାରିନାହିଁ। ପ୍ରଥମେ ମହିଳାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଶୁ ଚିକିତ୍ସା କରିବା ପରେ ବିଭାଗୀୟ ଡାକ୍ତର ବୁର୍ଲାକୁ ସ୍ଥାନାନ୍ତର କରିଛନ୍ତି ।

Comments are closed.