ରାଜ୍ୟରେ ଦେଢ଼ ଲକ୍ଷରୁ ଅଧିକ ବାଂଲାଦେଶୀ ଶରଣାର୍ଥୀ, ମାଲକାନଗିରି ଜିଲ୍ଲାରେ ସର୍ବାଧିକ

ଭୁବନେଶ୍ୱର – ରାଜ୍ୟରେ ୧ ଲକ୍ଷ ୫୭ ହଜାର ୪୩୨ ବାଂଲାଦେଶୀ ଶରଣାର୍ଥୀ ରହିଛନ୍ତି। ବିଧାନସଭାରେ ବିଧାୟକ ସୂର୍ଯ୍ୟବଂଶୀ ସୂରଜଙ୍କ ପ୍ରଶ୍ନର ଉତ୍ତର ଦେଇଛନ୍ତି ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା ଏହି ସୂଚନା ଦେଇଛନ୍ତି। ମାଲକାନଗିରି ଜିଲ୍ଲାରେ ସର୍ବାଧିକ ୧ ଲକ୍ଷ ୪ ହଜାର ୨୩୩ ବାଂଲାଦେଶୀ ଶରଣାର୍ଥୀ ଅଛନ୍ତି। ଅନୁଗୁଳ ଜିଲ୍ଲାରେ ୧୫, ବାଲେଶ୍ୱର ଜିଲ୍ଲାରେ ୭୫, ଯାଜପୁର ଜିଲ୍ଲାରେ ୩୭୯, କଳାହାଣ୍ଡି ଜିଲ୍ଲାରେ ୯୦, କେନ୍ଦ୍ରାପଡ଼ାରେ ୪୪୧, ଖୋର୍ଦ୍ଧାରେ ୪୬୫୬, କୋରାପୁଟ ଜିଲ୍ଲାରେ ୧୯୪, ନବରଙ୍ଗପୁର ଜିଲ୍ଲାରେ ୪୬୮୪୮ ଓ ରାୟଗଡ଼ା ଜିଲ୍ଲାରେ ୩୦୪ ଜଣ ବାଂଲାଦେଶୀ ଶରଣାର୍ଥୀ ଅଛନ୍ତି ବୋଲି ଗୃହ ରାଷ୍ଟ୍ର ମନ୍ତ୍ରୀ କହିଛନ୍ତି। ଓଡ଼ିଶାରେ ବର୍ତ୍ତମାନ ୩୭୪୦ ଜଣ ବାଂଲାଦେଶୀ ଅନୁପ୍ରବେଶକାରୀ ବେଆଇନ୍‌ ଭାବେ ରହୁଛନ୍ତି।

Comments are closed.