ତୃତୀୟ ଲହର ଆସିଲେ ଶିଶୁମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା : ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର- କୋଭିଡର ସମ୍ଭାବ୍ୟ ତୃତୀୟ ଲହର ଆସିଲେ ଶିଶୁମାନେ ଅଧିକ ପ୍ରଭାବିତ ହେବା ଆଶଙ୍କା ରହିଛି । ଏ ଦୃଷ୍ଟିରୁ ସ୍ୱତନ୍ତ୍ର ବ୍ୟବସ୍ଥା କରିଛନ୍ତି ରାଜ୍ୟ ସରକାର । ସଂକ୍ରମଣ ୧୦ ହଜାର ହଲେ ପେଡିଆଟ୍ରିକ ବେଡ୍ ୬୦୦ ଆବଶ୍ୟକ । ରାଜ୍ୟ ସରକାର ୩ ହଜାର ବେଡ୍ ପାଇଁ ପ୍ରସ୍ତୁତ ହେଉଛନ୍ତି ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ରାଜ୍ୟରେ ଅକ୍ସିଜେନର ସମସ୍ୟା ନାହିଁ । ସବୁ ହସପିଟାଲରେ ଏଲେମୋ ପ୍ଲାଂଟ୍ କାର୍ଯ୍ୟ ଚାଲିଛି । ଏହାଦ୍ୱାରା ଅକ୍ସିଜେନ୍ ସିଲିଣ୍ଡର ଆବଶ୍ୟକ ପଡିବ ନାହିଁ । କୋରୋନାର ସମ୍ଭାବ୍ୟ ତୃତୀୟ ଲହର ପାଇଁ ଭିତ୍ତିଭୂମି, ତାଲିମ, ଲଜିଷ୍ଟିକ କ୍ଷେତ୍ରରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି ।

Comments are closed.