ପୁରୀକୁ ଭଞ୍ଜନଗରରୁ ଯିବ ରଥ କାଠ 

ଭଞ୍ଜନଗର: ପୁଣି ଥରେ ପୁରୀକୁ ଭଞ୍ଜନଗରରୁ ଯିବ ରଥ କାଠ। ଜଗତର ନାଥ ଶ୍ରୀଜଗନ୍ନାଥଙ୍କ ପବିତ୍ର ଘୋଷ ଯାତ୍ରାର ରଥ ନିର୍ମାଣରେ ଲାଗିବ ଏହି କାଠ। ଉତ୍ତର ଘୁମୁସର ବନଖଣ୍ଡ ଓ କେନ୍ଦ୍ରୀୟ ବନାଞ୍ଚଳ ଅନ୍ତର୍ଗତ କାଳିଆମ୍ବ ଜଙ୍ଗଲରେ ଚିହ୍ନଟ ହୋଇଛି ପୁରୀ ରଥଯାତ୍ରା ନିର୍ମାଣ ପାଇଁ ବ୍ୟବହୃତ ହେବାକୁ ଥିବା ଉପଯୁକ୍ତ କାଠ। ଜଙ୍ଗଲରେ ବିଭିନ୍ନ ସ୍ଥାନରେ ଖୋଜିବା ପରେ ଏକ ଗଛ ଚିହ୍ନଟ କରାଯାଇଛି। ସେଥିରୁ ବଡ଼ ବଡ଼ ଓ ଲମ୍ବା କାଠ କାଟି ପୁରୀ ପଠାଯିବ। ଏହି ପ୍ରକ୍ରିୟା ବେଳେ ବହୁ ଭକ୍ତ, ବନ ବିଭାଗ ଅଧିକାରୀ ଓ କର୍ମଚାରୀମାନେ ଘଟଣାସ୍ଥଳରେ ଉପସ୍ଥିତ ଥିଲେ। ଉତ୍ତର ଘୁମୁସର ବନଖଣ୍ଡ ଅଧିକାରୀ ସୁଦର୍ଶନ ବେହେରା, କେନ୍ଦ୍ରୀୟ ବନାଞ୍ଚଳ ଅଧିକାରୀ କୁମର ବେହେରା ଉପସ୍ଥିତ ଥିଲେ। ମୃଦଙ୍ଗ, ଗିନି ଶବ୍ଦ ସହ ଭକ୍ତଙ୍କ ହୁଳହୁଳିରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା।

ପୂର୍ବରୁ ଉତ୍ତର ଘୁମୁସର ବନଖଣ୍ଡ ତାରାସିଂ ବନାଞ୍ଚଳର ଘୋଗୋଡ଼ ଜଙ୍ଗଲ, ମୁଜାଗଡ ବନାଞ୍ଚଳର ବେଣାକୁଦା ଜଙ୍ଗଲରୁ‌ ରଥ ନିର୍ମାଣ ପାଇଁ ପୁରୀକୁ କାଠ ଯାଇଥିଲା। ଏବେ ପୁଣି କେନ୍ଦ୍ରୀୟ ବନାଞ୍ଚଳରୁ ପୁରୀକୁ କାଠ ଯିବ।

Comments are closed.