ରାଜ୍ୟରେ ଆଇନଶୃଙ୍ଖଳା ନେଇ ବିରୋଧୀଙ୍କ ଅଭିଯୋଗ ଅବାସ୍ତବ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର – ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ନେଇ ବିଧାନସଭାରେ ବିରୋଧୀଙ୍କ ଅଭିଯୋଗର ଜବାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ କହିଛନ୍ତି ଆଇନ ଶୃଙ୍ଖଳା ଠିକ ନଥିବା କଥା ଅବାସ୍ତବ । କାରଣ ଆଇନ ଶୃଙ୍ଖଳା ନଥିବା ରାଜ୍ୟରେ ପୁଞ୍ଜି ନିବେଶ ହୁଏ ନାହିଁ । ଦେଶରେ ଓଡ଼ିଶାକୁ ଅଧିକ ପୁଞ୍ଜି ଆସିଛି । ଯେତେ ପୁଞ୍ଜିପତିଙ୍କ ସହ ଆଲୋଚନା କରାଯାଇଛି ସେମାନେ ଓଡ଼ିଶାକୁ ଏକ ଶାନ୍ତି ପ୍ରିୟ ଓ ସୁନ୍ଦର ରାଜ୍ୟ ବୋଲି କହିଛନ୍ତି । ଓଡ଼ିଶାବାସୀ ଶାନ୍ତି ପ୍ରିୟ ଓ ସେମାନଙ୍କ ପାଇଁ ସେ ଗର୍ବିତ ବୋଲି ଗୃହରେ କହିଛନ୍ତି ମୁଖ୍ୟମନ୍ତ୍ରୀ ।

ଓଡ଼ିଶାରେ ଆଇନ ଶୃଙ୍ଖଳା ପରିସ୍ଥିତି ଠିକ ନାହିଁ କହିବା ଅର୍ଥ ଓଡ଼ିଶାବାସୀଙ୍କୁ ଅପମାନ କରିବା ସଦୃଶ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।ବିଶ୍ୱକପ ହକି ଆୟୋଜନ ସୁରୁଖୁରୁରେ ହୋଇଛି । ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ମଧ୍ୟ ବେଶ ଶାନ୍ତି ସହକାରେ ସମାପନ ହେଉଛି । ପରୀକ୍ଷା ପରିଚାଳନା ମଧ୍ୟ ବେଶ ସୁରୁଖୁରୁରେ ହେଉଛି । ଏଥିରୁ ପ୍ରମାଣିତ ଯେ, ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ସଂପୂର୍ଣ୍ଣ ନିୟନ୍ତ୍ରଣାଧୀନ ରହିଛି । ନବ ଦାସ ହତ୍ୟାକୁ ନେଇ ବିରୋଧୀ ମିଛ କହୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Comments are closed.