ଆଜି ନବୀନ -ମମତା ସାକ୍ଷାତ

ଭୁବନେଶ୍ୱର – ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ମୁଖ୍ୟମନ୍ତ୍ରୀଙ୍କୁ ସୈ।ଜନ୍ୟମୂଳକ ସାକ୍ଷାତ କରିବେ ମମତା । ଓଡ଼ିଶା ଗସ୍ତ ପୂର୍ବରୁ କୋଲକାତାରେ ମମତା, ନବୀନଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ ହେବ ବୋଲି କହିଥିଲେ । ଗତକାଲି ଟିଏମସି ସୁପ୍ରିମୋ ପୁରୀରେ ଶ୍ରୀଜିଉଙ୍କ ଦର୍ଶନ କରିଥିଲେ । ପୁରୀରେ ପଶ୍ଚିମବଙ୍ଗରୁ ଆସୁଥିବା ଶ୍ରଦ୍ଧାଳୁଙ୍କ ପାଇଁ ନିର୍ମାଣ ହେବାକୁ ଥିବା ଅତିଥି ଭବନ ଲାଗି ଜାଗା ଦେଖିଥିଲେ ମମତା । ଏଥିପାଇଁ ଓଡ଼ିଶା ସରକାର ଜମି ଯୋଗାଇ ଦେବେ ବୋଲି ଜଣାପଡିଛି।

Comments are closed.