ତାଲିବାନ କବ୍‌ଜାରେ କାନ୍ଦାହାର

କାବୁଲ: ଆଫଗାନିସ୍ତାନର ଗୋଟିଏ ପରେ ଗୋଟିଏ ପ୍ରମୁଖ ସହର କବ୍‌ଜା କରିବାରେ ଲାଗିଛି ତାଲିବାନ୍ । ତାଲିବାନ୍ ଏବେ ଆଫଗାନିସ୍ତାନର ଦ୍ୱିତୀୟ ବୃହତ୍ତମ ସହର କାନ୍ଦାହାରକୁ ମଧ୍ୟ ନିଜ କବ୍‌ଜାକୁ ନେଇଛି । ଏହାଛଡ଼ା ଦକ୍ଷିଣ ଆଫଗାନିସ୍ତାନର ଏକ ପ୍ରମୁଖ ସହର ଗାହ ମଧ୍ୟ ଏହି ଆତଙ୍କବାଦୀ ଗୋଷ୍ଠୀ ନିୟନ୍ତ୍ରଣକୁ ଆସିଛି । ସେଠାରୁ ସାଧାରଣ ଜନତା ଓ ସରକାରୀ ଅଧିକାରୀଙ୍କୁ ସ୍ଥାନାନ୍ତର କରିିବାକୁ ଅନୁମତି ଦେଇଛି ତାଲିବାନ୍ ।କାନ୍ଦାହାର ସମେତ ପ୍ରାୟ ଅଧିକାଂଶ ପ୍ରମୁଖ ସହର ଏବେ ତାଲିବାନ୍ କବ୍‌ଜାକୁ ଆସିଥିବା ବେଳେ କେବଳ ରାଜଧାନୀ କାବୁଲ ଏବଂ ଅନ୍ୟ କିଛି ଉପାନ୍ତ ଅଞ୍ଚଳ ହିଁ ବାକି ରହିଛି । ତାଲିବାନର ଜଣେ ମୁଖପାତ୍ର କହିଛନ୍ତି ଯେ, କାନ୍ଦାହାର ସମ୍ପୂର୍ଣ୍ଣ ଆମ ଅକ୍ତିଆରକୁ ଆସିଛି । କାନ୍ଦାହାରରୁ ଆଫଗାନ୍ ସେନା ଛତ୍ରଭଙ୍ଗ ଦେଇଛନ୍ତି ।

ଦେଶର ପ୍ରାୟ ସବୁ ଅଞ୍ଚଳରେ ନିୟନ୍ତ୍ରଣ ହରାଇଛନ୍ତି ଆଫଗାନିସ୍ତାନ ସରକାର । ତାଲିବାନ ଗତ ୮ ଦିନରେ ଯେଉଁଭଳି ଗୋଟିଏ ପରେ ଗୋଟିଏ ସହର ଓ ଅଞ୍ଚଳ ନିଜ ଅକ୍ତିଆରକୁ ନେଇଛି ତାହା ଆଫଗାନ୍ ସରକାର ଏବଂ ଏହାର ଆମେରିକୀୟ ସମର୍ଥକଙ୍କୁ ସ୍ତବ୍ଧ କରିଦେଇଛି ।

ଆମେରିକା ଓ ଏହାର ସହଯୋଗୀ ରାଷ୍ଟ୍ର ଏହି ଯୁଦ୍ଧ ବିଧ୍ୱସ୍ତ ଦେଶରୁ ସୈନ୍ୟ ଅପସାରଣ କରିବା ପରେ ତାଲିବାନ ଦେଶକୁ ନିଜ ନିୟନ୍ତ୍ରଣକୁ ନେବା ପାଇଁ ଅଭିଯାନ ଆରମ୍ଭ କରିଥିଲା ।

Comments are closed.