ମହଙ୍ଗା ହେଲା ଘରୋଇ ବିମାନ ଯାତ୍ରା, ବିମାନ ଭଡ଼ା ୧୨.୫ ପ୍ରତିଶତ ବଢ଼ାଇଲେ ସରକାର

ନୂଆଦିଲ୍ଲୀ: ଆଜିଠାରୁ ଘରୋଇ ବିମାନ ଯାତ୍ରା ମହଙ୍ଗା ହୋଇଛି। ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଗୁରୁବାର ରାତିରେ ବିମାନ ଭଡା ୧୨.୫ ପ୍ରତିଶତ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି। ଏହି ନିଷ୍ପତ୍ତି ଆଜିଠାରୁ କାର୍ଯ୍ୟକାରୀ ହେବ। ସର୍ବନିମ୍ନ ଏବଂ ସର୍ବାଧିକ ଭଡ଼ାରେ ବୃଦ୍ଧି କରାଯାଇଛି ।

ଏହା ସହିତ କେନ୍ଦ୍ର ସରକାର ଦେଶର ସମସ୍ତ ଏୟାରଲାଇନ୍ସକୁ ଘରୋଇ ବିମାନ ସଂଖ୍ୟା ୭.୫ ପ୍ରତିଶତ ବୃଦ୍ଧି କରିବାକୁ ଅନୁମତି ଦେଇଛନ୍ତି। ଏୟାରଲାଇନ୍ସ କମ୍ପାନୀ ଗୁଡ଼ିକୁ ଯାତ୍ରୀଭଡ଼ା ବୃଦ୍ଧି ପାଇଁ ଅନୁମତି ଦିଆଯାଇଛି। ବର୍ତ୍ତମାନ ଏହି ଘରୋଇ ବିମାନରେ ଯାତ୍ରୀଙ୍କ ସଂଖ୍ୟା ୬୫ ପ୍ରତିଶତରୁ ମୋଟ ଆସନର ୭୨.୫ ପ୍ରତିଶତକୁ ବୃଦ୍ଧି କରାଯାଇଛି।
ଉଲ୍ଲେଖଯୋଗ୍ୟ ଯେ କରୋନା ମହାମାରୀ ଜନିତ ଲକଡାଉନ୍ ଯୋଗୁଁ ବିମାନ ଯାତ୍ରୀଙ୍କ ସଂଖ୍ୟାରେ ବହୁତ ହ୍ରାସ ଘଟିଥିଲା। ଯେଉଁଥିପାଇଁ ବିମାନ କମ୍ପାନୀଗୁଡିକର ରୋଜଗାର ମଧ୍ୟ ପ୍ରଭାବିତ ହୋଇଥିଲା |

Comments are closed.