କଣ୍ଟାବାଞ୍ଜିକୁ ଜିଲ୍ଲା ଦାବି ନେଇ ୧୨ ଘାଣ୍ଟିଆ ବନ୍ଦ

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜିକୁ ଜିଲ୍ଲା ଦାବି ଜୋର ଧରି ଥିବାବେଳେ ତାକୁ ନେଇ ସଙ୍ଘର୍ଷ ସମିତି ଦ୍ବାରା ବନ୍ଦ ପାଳନ କରାଯାଇଛି । ସଂଘର୍ଷ ସମିତି ପକ୍ଷରୁ ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ଡାକରା ଦିଆଯାଇଛି । ଏଥୁସମେତ ଦୋକାନ ବଜାର ସାଙ୍ଗକୁ ସରକାରୀ , ବେସରକାରୀ କାର୍ଯ୍ୟାଳୟ , ବ୍ୟାଙ୍କ , ସ୍କୁଲ , କଲେଜ ମଧ୍ୟ ବନ୍ଦ କରାଯାଇଛି । କେବଳ ଯେଉଁ ସ୍କୁଲ , କଲେଜରେ ପରୀକ୍ଷା ଚାଲିଛି ସେଗୁଡ଼ିକ ଖୋଲା ରହିଛି । ଗାଡ଼ିମଟର ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଥିବା ସ୍ଥଳେ ଜରୁରୀ ସେବାକୁ ଏହି ବନ୍ଦରୁ ବାଦ୍ ଦିଆଯାଇଛି ।

ସମିତିର ସଦସ୍ୟମାନଙ୍କ ଦ୍ବାରା ସହରରେ ପିକେଟିଂ କରାଯାଇ ଖୋଲା ଯାଇଥିବା ଦୋକାନ ବଜାରକୁ ବନ୍ଦ କରାଯାଇଥିଲା । ଆଜିର ଏହି ବନ୍ଦରେ ତୁରେକେଲା , ବଙ୍ଗାମୁଣ୍ଡା , ମୁରିବାହାଲ ମଧ୍ୟ ସାମିଲ ଅଛନ୍ତି । ଅପ୍ରିତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ ପୁଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିବା ବେଳେ ଛକ ଛକରେ ପୋଲିସ ମୁତୟନ କରାଯାଇଛି ।

Comments are closed.