ଇଞ୍ଜିନିୟରିଂ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର

ଯାଜପୁର – ଯାଜପୁର ସରକାରୀ ପଲିଟେକନିକ କଲେଜର ବିରଜା ହଷ୍ଟେଲରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ମୃତ ଛାତ୍ରୀଙ୍କ ନାଁ ରୋଜାଲିନ ପାତ୍ର। ସେ ଇଲେକ୍ଟ୍ରିକାଲ ବିଭାଗର ତୃତୀୟ ବର୍ଷର ଛାତ୍ରୀ ଥିଲେ। ରୋଜାଲିନ ଜଣେ ମେଧାବୀ ଛାତ୍ରୀ ଥିଲେ। ସେ ୪ଟି କ୍ୟାମ୍ପସ ପାଇ ସାରିଥିଲେ। ସେଥିପାଇଁ ସେ ଓ ତାଙ୍କ ପରିବାର ଲୋକେ ବହୁତ ଖୁସି ଥିଲେ। ସବୁ କିଛି ଭଲ ଥିବା ସତ୍ତ୍ବେ ରୋଜାଲିନଙ୍କ ମୃତ୍ୟୁ ନେଇ ନାନା କଳ୍ପନାଜଳ୍ପନା ପ୍ରକାଶ ପାଇଛି ।

ପରିବାର ଲୋକେ ଅଭିଯୋଗ କରିଛନ୍ତି ଯେ, ରୋଜାଲିନଙ୍କୁ ହତ୍ୟା କରାଯାଇ ଝୁଲାଇ ଦିଆଯାଇଛି । ରୋଜାଲିନ ଭଲ ପାଠ ପଢି ୪ଟି କ୍ୟାମ୍ପସ ପାଇଥିବାରୁ ସହପାଠୀଙ୍କ ଈର୍ଷାର ଶୀକାର ହୋଇଥିଲେ ।ସହପାଠୀମାନେ ଈର୍ଷା କରିବା ସହ
ତାଙ୍କୁ ବିଭିନ୍ନ ପ୍ରକାର ହଇରାଣ ହରକତ କରୁଥିଲେ। ଆଉ କୌଣସି କ୍ୟାମ୍ପସରେ ନ ବସିବାକୁ ତାଙ୍କୁ ଧମକ ଦେଉଥିଲେ ବୋଲି ରୋଜାଲିନଙ୍କ ମାଆ ଅଭିଯୋଗ କରିଛନ୍ତି।
ରୋଜାଲିନଙ୍କ ପରିବାର ଲୋକେ ଏହି ଘଟଣା ପାଇଁ କଲେଜ କର୍ତ୍ତୃପକ୍ଷଙ୍କୁ ମଧ୍ୟ ଦାୟୀ କରିଛନ୍ତି। ଘଟଣା ସମ୍ପର୍କରେ ପୋଲିସ୍ କିମ୍ବା କଲେଜ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନାହିଁ। ଯାଜପୁର ଏସ୍‌ଡିପିଓ ସଞ୍ଜୟ କୁମାର ପଟ୍ଟନାୟକ ଓ କୋରେଇ ଥାନା ଆଇଆଇସି ସଂଘମିତ୍ର ମଲ୍ଲିକ ଘଟଣାସ୍ଥଳରେ ପହଞ୍ଚି ଛାନଭିନ କରିଛନ୍ତି।

Comments are closed.