ସଂଗ୍ରାମୀ ସହିଦ ଲକ୍ଷ୍ମଣ ନାୟକଙ୍କ ସହିଦ୍ ଦିବସ ପାଳିତ

ବ୍ରହ୍ମପୁର: ବୁଧବାର ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ସହିଦ ଲକ୍ଷ୍ମଣ ନାୟକଙ୍କ ୮୧ତମ ସହିଦ ଦିବସ ଗଞ୍ଜାମ ଜିଲ୍ଲା ସୂଚନା ଓ ଲୋକସମ୍ଫର୍କ ବିଭାଗ ଦ୍ଵାରା ବ୍ରହ୍ମପୁର ମଣ୍ଡଳ କାରାଗାରରେ ପାଳିତ ହୋଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅଞ୍ଜଳି ସ୍ୱାଇଁ, ବ୍ରହ୍ମପୁର ମହାନଗର ନିଗମ ମେୟର୍ ସଂଘମିତ୍ରା ଦଳେଇ, ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା, ଓଡ଼ିଶା କାଜୁ ବିକାଶ ନିଗମ ଅଧ୍ୟକ୍ଷ ସୁବାସ ମହାରଣା ଉପସ୍ଥିତ ଥିଲେ। ବ୍ରହ୍ମପୁର ମଣ୍ଡଳ କାରାଗାରର ଯେଉଁ ଗୃହରେ ଲକ୍ଷ୍ମଣ ନାୟକଙ୍କ ବନ୍ଦୀ ଜୀବନ ଅତିବାହିତ କରିଥିଲେ ସେହି ସ୍ଥାନରେ ଥିବା ଫଟୋ ଚିତ୍ରରେ ଅତିଥିଗଣ ମାଲ୍ୟାର୍ପଣ କରିବା ସହ ସ୍ମୃତିଚାରଣ କରିଥିଲେ। ପରେ ମଣ୍ଡଳ କାରାଗାର ସମ୍ମୁଖରେ ଥିବା ପ୍ରତିମୂର୍ତ୍ତିରେ ମଧ୍ୟ ମାଲ୍ୟାର୍ପଣ କରିଥିଲେ। କିଭଳି ବୀର ଲକ୍ଷ୍ମଣ ନାୟକ ଆଦିବାସୀଙ୍କ ନେତୃତ୍ବ ନେଇ ବ୍ରିଟିଶ ଶାସନ ବିରୋଧରେ ପ୍ରଚଣ୍ଡ ସଂଗ୍ରାମ ଗଢ଼ି ତୋଳିଥିଲେ ତାହାର ବର୍ଣ୍ଣନା କରାଯାଇଥିଲା। ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରାଙ୍କ ତତ୍ତ୍ଵାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ଜେଲ୍ ଅଧିକ୍ଷକ ଧୀରେନ୍ଦ୍ରନାଥ ବାରିକ, ଜେଲର୍ ସତ୍ୟ ନାରାୟଣ ବେହେରା, ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରଶ୍ମିରାଣୀ ନିମାକା ଉପସ୍ଥିତ ଥିଲେ l

Comments are closed.