ଭୁବନେଶ୍ୱର: ଆଜିଠୁ ଆରମ୍ଭ ହେଉଛି ଆଇପିଏଲ୍ର ଷୋଡ଼ଶ ସଂସ୍କରଣ । ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଚେନ୍ନାଇ ସୁପରକିଙ୍ଗ୍ସ (ସିଏସ୍କେ) ଓ ଗୁଜରାଟ ଟାଇଟନ୍ସ ମଧ୍ୟରେ ଉଦ୍ଘାଟନୀ ମୁକାବିଲା ଖେଳାଯିବ । ଗତଥର ଭଳି ଓଡ଼ିଶା ରଣଜୀ ଦଳର ଅଧିନାୟକ ଶୁଭ୍ରାଂଶୁ ସେନାପତି ଧୋନିଙ୍କ ନେତୃତ୍ବାଧୀନ ସିଏସ୍କେରେ ସାମିଲ୍ ହୋଇଛନ୍ତି । ଶୁଭ୍ରାଂଶୁଙ୍କୁ ଏଥର ଖେଳିବାକୁ ସୁଯୋଗ ମିଳିବ ବୋଲି ରାଜ୍ୟର କ୍ରିକେଟପ୍ରେମୀ ଆଶାବାଦୀ ଅଛନ୍ତି। ଗତ ଥର ସିଏସ୍କେ ଶୁଭ୍ରାଂଶୁଙ୍କୁ ତାଙ୍କ ବେସ୍ ପ୍ରାଇସରେ କିଣିଥିଲା । ହେଲେ ସେ ଗୋଟିଏ ବି ମ୍ୟାଚ୍ ଖେଳିନଥିଲେ। ଏଥର ଶୁଭ୍ରାଂଶୁଙ୍କୁ ସିଏସ୍କେ ନିଜ ଦଳରେ ବଜାୟ ରଖିଥିବାରୁ ଏହି ଓଡ଼ିଆ ଖେଳାଳି ତାଙ୍କ ଆଇପିଏଲ୍ ଡେବ୍ୟୁ କରିବାକୁ ସୁଯୋଗ ପାଇବେ ବୋଲି ଆଶା ରହିଛି ।
ଶୁଭ୍ରାଂଶୁ ପଞ୍ଚମ ଓଡ଼ିଆ ଖେଳାଳି ଭାବେ ଏକ ଆଇପିଏଲ୍ ଦଳ ସହ ଚୁକ୍ତିବଦ୍ଧ ହୋଇଛନ୍ତି । ଶୁଭ୍ରାଂଶୁଙ୍କ ପୂର୍ବରୁ ହଳଧର ଦାସ, ବିପ୍ଳବ ସାମନ୍ତରାୟ, ନଟରାଜ ବେହେରା ଆଇପିଏଲ ଚୁକ୍ତି ପାଇଥିଲେ । କିନ୍ତୁ ଏମାନଙ୍କ ମଧ୍ୟରୁ କେବଳ ହଳଧର ଓ ବିପ୍ଳବ ହିଁ ଖେଳିବାକୁ ସୁଯୋଗ ପାଇଥିଲେ। ଉଭୟ ଡେକାନ ଚାର୍ଜର୍ସ ପାଇଁ ଖେଳିଥିଲେ । ଓଡ଼ିଶାର ଆଉ ଜଣେ ଖେଳାଳି ଅଭିଷେକ ରାଉତ ରାଜସ୍ଥାନ ରୟାଲ୍ସ ପକ୍ଷରୁ ଆଇପିଏଲ୍ରେ ଖେଳିଥିଲେ। ତେବେ ସେ ସେତେବେଳେ ଗୋଆ ଓ ମହାରାଷ୍ଟ୍ର ପାଇଁ ଘରୋଇ କ୍ରିକେଟ ଖେଳୁଥିଲେ ।
Comments are closed.