ନୀରଜଙ୍କୁ ଭୀଷଣ ଜ୍ବର, କରୋନା ରିପୋର୍ଟ ନେଗେଟିଭ୍

ନୂଆଦିଲ୍ଲୀ:ଟୋକିଓ ଅଲିମ୍ପିକ୍ସରେ ଭାରତ ପାଇଁ ଐତିହାସିକ ସ୍ୱର୍ଣ୍ଣ ପଦକ ଜିତିଥିବା ଜାଭେଲିନ୍ ଥ୍ରୋୟର ନୀରଜ ଚୋପ୍ରାଙ୍କୁ ଗତ ଦୁଇ ଦିନ ହେଲା ଭୀଷଣ ଜ୍ବର ହୋଇଥିବା ଜଣାପଡିଛି। ତାଙ୍କ ଶରୀରର ତାପମାତ୍ରା ପାଖାପାଖି ୧୦୩ ଡିଗ୍ରୀ ଫାରେନହାଇଟ୍ ରହିଛି | ତେବେ ଆଶ୍ବସ୍ତିକର ବିଷୟ ହେଉଛି ଯେ ତାଙ୍କ କରୋନା ରିପୋର୍ଟ ନେଗେଟିଭ ଆସିଛି ।

ନୀରଜଙ୍କୁ ଡାକ୍ତର ବିଶ୍ରାମ ନେବାକୁ ପରାମର୍ଶ ଦେଇଛନ୍ତି। ଟୋକିଓରୁ ଫେରିବା ପରଠୁ ନୀରଜ କ୍ରମାଗତ ଭାବେ ଅନେକ ସମ୍ବର୍ଦ୍ଧନା ଉତ୍ସବରେ ଯୋଗ ଦେଇଛନ୍ତି | କ୍ଲାନ୍ତି ଯୋଗୁଁ ତାଙ୍କୁ ଜ୍ୱର ହୋଇଥାଇପାରେ ବୋଲି ମନେ କରାଯାଉଛି।

ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ଟୋକିଓ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିଥିବା ଭାରତର ସମସ୍ତ ଆଥଲେଟଙ୍କୁ ଆଜି ସନ୍ଧ୍ୟାରେ ରାଷ୍ଟ୍ରପତି ଭବନକୁ ଚା’ପାର୍ଟି ପାଇଁ ନିମନ୍ତ୍ରଣ କରିଛନ୍ତି। ଯଦି ନୀରଜଙ୍କ ଜ୍ୱର କମିଯାଏ, ତେବେ ସେ ଏହି କାର୍ଯ୍ୟକ୍ରମରେ ଯୋଗଦେବେ | ଆସନ୍ତାକାଲି ସ୍ୱାଧିନତା ଦିବସ ଅବସରରେମଧ୍ୟ ଅଲିମ୍ପିକ୍ ଆଥଲେଟ୍ ମାନଙ୍କୁ ଲାଲ୍ କିଲ୍ଲା ଏବଂ ପ୍ରଧାନମନ୍ତ୍ରୀଙ୍କ ବାସଭବନକୁ ନିମନ୍ତ୍ରଣ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି |

Comments are closed.