ଝାରସୁଗୁଡ଼ା ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ଦୀପାଳି ଦାସ ବିଜେଡି ପ୍ରାର୍ଥୀ

ଭୁବନେଶ୍ୱର – ଝାରସୁଗୁଡ଼ା ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ସ୍ବର୍ଗତଃ ନବକିଶୋର ଦାସଙ୍କ ଝିଅ ଦୀପାଳିଙ୍କୁ ପ୍ରାର୍ଥୀ କରିଛି ଶାସକ ବିଜେଡି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦୀପାଳିଙ୍କ ପ୍ରାର୍ଥିତ୍ୱ ଉପରେ ମୋହର ମାରିଛନ୍ତି । ଝାରସୁଗୁଡ଼ା ଆସନରେ ଉପନିର୍ବାଚନ ପାଇଁ ମେ’ ମାସ ୧୦ ତାରିଖରେ ଭୋଟ ଗ୍ରହଣ ହେବ । ମେ’ ୧୩ ତାରିଖରେ ହେବ ଭୋଟ ଗଣତି । ସ୍ୱାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସଙ୍କୁ ଜାନୁଆରୀ ୨୯ ତାରିଖରେ ହତ୍ୟା କରାଯାଇଥିଲା । ତାଙ୍କ ମୃତ୍ୟୁ ପରେ ଏହି ଆସନ ଖାଲି ପଡ଼ିଛି।

Comments are closed.