୬ ମାସର ଛୁଆକୁ ଛାଡି ଆତ୍ମହତ୍ୟା କଲେ ମାଆ

ବୌଦ୍ଧ : ପାରିବାରିକ କଳହର କରୁଣ ପରିଣତି । ୬ ମାସର ଛୁଆକୁ ଛାଡି ଆତ୍ମହତ୍ୟା କଲା ମାଆ । ବୌଦ୍ଧ ସହର ପାଣୁଆ ସାହିରେ ଘଟିଛି ଏହି ଅଘଟଣା ଦେଖଗିବାକୁ ମିଳିଛି ।

ସୂଚନା ମତେ ପାଣୁଆସାହିରେ ଭଡାରେ ରହୁଥିଲେ ଦମ୍ପତି । ରାଜସ୍ଥାନ ଅଞ୍ଚଳରୁ ଆସି ବୌଦ୍ଧରେ ଫେରି କରୁଥିଲେ ମୃତ ମହିଳାଙ୍କ ସ୍ଵାମୀ । ତେବେ ଘଟଣା ଦିନ ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ପ୍ରବଳ ବଚସା ହୋଇଥିଲା । ଝଗଡା ଏତେ ତୀବ୍ର ରୂପ ନେଇଥିଲେ ଯେ , ମହିଳା ଜଣଙ୍କ ୬ ମାସର ଶିଶୁ କନ୍ୟାକୁ ଛାଡି ଆତ୍ମହତ୍ୟା କରିଥିଲେ । ସେପଟେ ମହିଳାଙ୍କ ସ୍ଵାମୀ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଜାରି କରିଛି ।

Comments are closed.