ଝାରସୁଗୁଡ଼ାରେ ଭୟଙ୍କର ଦୁର୍ଘଟଣା, ଧକ୍କା ହେବା ପରେ ଜଳିଗଲା ୩ ଟ୍ରକ, ୩ ଡ୍ରାଇଭର ଜୀବନ୍ତ ଦଗ୍ଧ 

ଝାରସୁଗୁଡ଼ା – ବିଳମ୍ବିତ ରାତିରେ ଝାରସୁଗୁଡ଼ାରେ ଭୟଙ୍କର ସଡ଼କ ଦୁର୍ଘଟଣା । ୪୯ ନମ୍ବର ଜାତୀୟ ରାଜପଥ ସଦର ଥାନା ନିକଟରେ ୩ଟି ଟ୍ରକ ପରସ୍ପରକୁ ଧକ୍କା ଦେଇଥିଲେ । ଏହି ଦୁର୍ଘଟଣା ପରେ ଟ୍ରକ ଜଳିଯିବାରୁ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି ତିନି ଡ୍ରାଇଭର ।

ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁସାରେ, ରାତି ପ୍ରାୟ ସାଢେ ୧୨ଟା ପରେ ଜାତୀୟ ରାଜପଥ ୪୯ରେ ଗୋଟିଏ ଦିଗରେ ୨ଟି ଟ୍ରକ୍‌ ଯାଉଥିବା ବେଳେ ପରସ୍ପରକୁ ଓଭରଟେକ୍‌ କରିବାକୁ ଚେଷ୍ଟା କରୁଥିଲେ। ଏହି ସମୟରେ ବୀପରିତ ଦିଗରୁ ଏକ ଟ୍ରକ୍ ଆସୁଥିଲା। ଫଳରେ ପରସ୍ପରକୁ ଓଭରଟେକ୍‌ କରିବାକୁ ଚେଷ୍ଟା କରୁଥିବା ୨ଟି ଭାରସାମ୍ୟ ହରାଇ ବୀପରିତ ଦିଗରୁ ଆସୁଥିବା ଟ୍ରକ୍‌ ସହ ମୁହାଁମୁହିଁ ପିଟି ହୋଇଯାଇଥିଲେ । ଏହି ଧକ୍କା ଯୋଗୁଁ ତିନିଟି ଯାକ ଟ୍ରକରେ ନିଆଁ ଲାଗିଯାଇଥିଲା। ତିନିଟିଯାକ ଟ୍ରକ ଘଟଣାସ୍ଥଳରେ ହିଁ ପୋଡ଼ି ପ୍ରାଣ ହରାଇଛନ୍ତି । ଖବର ପାଇ ପୋଲିସ୍ ଓ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ । ନିଆଁକୁ ଆୟତ୍ତ କରିବାକୁ ୩ଟି ଦମକଳ ଗାଡ଼ି ନିୟୋଜିତ ହୋଇଥିଲା । ଆଜି ସକାଳେ କ୍ରେନ ସାହାଯ୍ୟରେ ଜଳି ଯାଇଥିବା ଟ୍ରକ୍‌ ୩ଟିକୁ ରାସ୍ତା ପାର୍ଶ୍ୱକୁ ନିଆଯାଇ ୩ ଡ୍ରାଇଭରଙ୍କୁ ବାହାର କରାଯାଇଥିଲା। ତୁରନ୍ତ ସେମାନଙ୍କୁ ଝାରସୁଗୁଡ଼ା ମେଡିକାଲ ନିଆଯାଇଥିବା ବେଳେ ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଛନ୍ତି। ମୃତ ଡ୍ରାଇଭରମାନଙ୍କ ପରିଚୟ ମିଳିପାରିନାହିଁ।

Comments are closed.