ଅମୃତପାଲ ସିଂର ଘନିଷ୍ଠ ସହଯୋଗୀ ପପଲପ୍ରୀତ ଗିରଫ

ଚଣ୍ଡିଗଡ଼:’ୱାରିସ୍ ପଞ୍ଜାବ ଦେ’ ସଂଗଠନର ମୁଖ୍ୟ ତଥା ଖଲିସ୍ତାନ ସମର୍ଥକ ଅମୃତପାଲ ସିଂର ଜଣେ ଘନିଷ୍ଠ ସହଯୋଗୀ ପପଲପ୍ରୀତ ସିଂକୁ ଗିରଫ କରିଛି ପଞ୍ଜାବ ପୋଲିସ।

ପଞ୍ଜାବ ସରକାରଙ୍କ ଜଣେ ମୁଖପାତ୍ରଙ୍କ ସୂଚନା ଅନୁଯାୟୀ,
ପଞ୍ଜାବ ପୋଲିସ ଏବଂ ପଞ୍ଜାବ କାଉଣ୍ଟର ଇଣ୍ଟେଲିଜେନ୍ସର ମିଳିତ ଅପରେସନରେ ପପଲପ୍ରୀତ ସିଂକୁ ହୋଶିଆରପୁରରୁ ଗିରଫ କରାଯାଇଛି।

ପପଲପ୍ରୀତ ସିଂ ଅମୃତସରର ବାସିନ୍ଦା । ମାର୍ଚ୍ଚ ୧୮ଠୁ ଅମୃତପାଲ ସିଂଙ୍କ ସହ ସେ ଫେରାର ହୋଇଯାଇଥିଲା ବୋଲି ଦାବି କରାଯାଉଥିଲା। ଗତ ମାସଠୁ ଆରମ୍ଭ ହୋଇଥିବା ଅମୃତପାଲ ସିଂ ଓ ତାର ସହଯୋଗୀଙ୍କ ବିରୋଧରେ ପୋଲିସ କାର୍ଯ୍ୟାନୁଷ୍ଠାନ ଜାରି ରହିଛି ।

ତାର ଅନେକ ସହଯୋଗୀ ଗିରଫ ହୋଇଥିବା ବେଳେ ଅମୃତପାଲ ସିଂ ଏବେ ବି ପୋଲିସ କବଳରୁ ଦୂରରେ ରହିଛି। ‌

ପପଲପ୍ରୀତ ସିଂ ଗତ କିଛି ବର୍ଷ ଧରି ସୋସିଆଲ ମିଡିଆରେ ବହୁତ ସକ୍ରିୟ ଥିଲା। ବର୍ତ୍ତମାନ ତାର ଫେସବୁକ୍, ଇନଷ୍ଟାଗ୍ରାମ ଏବଂ ଟ୍ୱିଟର ଆକାଉଣ୍ଟ ବନ୍ଦ କରାଯାଇଛି।

ଗତ ଏକ ମାସ ଧରି ତା’ର ୟୁଟ୍ୟୁବ୍ ଆକାଉଣ୍ଟରେ କୌଣସି ନୂଆ ଭିଡିଓ ଅପଲୋଡ୍ ହୋଇନାହିଁ |

Comments are closed.