ଆଜିଠୁ ବଢିବ ତାତି, ୧୬ ଯାଏଁ ଅଗ୍ନି ବର୍ଷା

ଭୁବନେଶ୍ୱର- ରାଜ୍ୟରେ ଆରମ୍ଭ ହୋଇଗଲାଣି ଅସହ୍ୟ ଗ୍ରୀଷ୍ମ ତାତି । ଦିନ ତାପମାତ୍ରା ଏବେଠୁ ୪୦ ଡିଗ୍ରୀ ଛୁଇଁ ସାରିଲାଣି । ଆଜିଠୁ ଖରା ତାତି ଆହୁରି ବଢିବ । ଆସନ୍ତା ୧୬ ତାରିଖ ଯାଏଁ ଖରାତାତିରୁ ନିସ୍ତାର ମିଳିବ ନାହିଁ। ରାଜ୍ୟରେ କାଳବୈଶାଖୀ ପ୍ରଭାବ କମିବା ସହ ଉତ୍ତର-ପଶ୍ଚିମ ଦିଗରୁ ଶୁଷ୍କ ଗରମ ବାୟୁ ପ୍ରଭାବରେ ଦିନ ତାପମାତ୍ରା ବୃଦ୍ଧି ହୋଇପାରେ।

କିଛି ସ୍ଥାନରେ ଦିନ ତାପମାତ୍ରା ୨ରୁ ୩ ଡିଗ୍ରୀ ଯାଏଁ ବୃଦ୍ଧି ହୋଇପାରେ । ପଣା ସଂକ୍ରାନ୍ତିରେ ୪୨ ଡିଗ୍ରୀ ପାର କରିପାରେ ପାରଦ । ସୋମବାର ଚଳିତ ବର୍ଷ ପ୍ରଥମ ଥର ପାଇଁ ରାଜ୍ୟର ତାପମାତ୍ରା ୪୦ ଡିଗ୍ରୀ ଟପିଥିଲା । ଝାରସୁୁଗୁଡ଼ାରେ ସର୍ବୋଚ୍ଚ ତାପମାତ୍ରା ୪୦.୪ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଥିଲା । ବାରିପଦାରେ ତାପମାତ୍ରା ଥିଲା ୪୦ ଡିଗ୍ରୀ । ଭୁବନେଶ୍ୱର ସମେତ ୧୩ଟି ସ୍ଥାନରେ ତାପମାତ୍ରା ୩୯ ଡିଗ୍ରୀ ବା ଅଧିକ ଥିଲା ।

Comments are closed.