ସେଲଫି ବିବାଦ: ପୃଥ୍ବୀ ଶ’ଙ୍କୁ ହାଇକୋର୍ଟ ନୋଟିସ୍

ମୁମ୍ବାଇ: କ୍ରିକେଟର ପୃଥ୍ବୀ ଶ’ଙ୍କ ସହ ସେଲଫି ବିବାଦ ମାମଲାରେ ତାଙ୍କ ବିରୋଧରେ ଓଶିଓ୍ବାରା ଥାନାରେ ରୁଜୁ ହୋଇଥିବା ମାମଲା ରଦ୍ଦ କରିବାକୁ ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ସ୍ବପ୍ନା ଗିଲ୍ ବମ୍ବେ ହାଇକୋର୍ଟରେ ଆବେଦନ କରିଛନ୍ତି। ସପ୍ନା ଗିଲଙ୍କ ଆବେଦନ ଉପରେ ପୃଥ୍ବୀ ଶ’ଙ୍କ ସହ ଅନ୍ୟ ୧୧ ଜଣଙ୍କୁ ବମ୍ବେ ହାଇକୋର୍ଟ ଗୁରୁବାର ନୋଟିସ ଜାରି କରିଛନ୍ତି। ସେମାନଙ୍କ ମଧ୍ୟରେ ଏହି ଖେଳାଳିଙ୍କ କିଛି ବନ୍ଧୁ ଓ ପୋଲିସ୍ ଅଧିକାରୀ ଅଛନ୍ତି ।

ସେଲଫି ବିବାଦରେ ୨୧ ଫେବୃଆରୀରେ ଭାରତୀୟ କ୍ରିକେଟର ପୃଥ୍ବୀ ଶ’ଙ୍କ ବିରୋଧରେ ମଧ୍ୟ ସ୍ବପ୍ନା ଗିଲ୍ ଏକ ଏତଲା ଦେଇଥିଲେ । ଶ’ଙ୍କ ବ୍ୟତୀତ ତାଙ୍କ ବନ୍ଧୁ ଆଶିଷ ସୁରେନ୍ଦ୍ର ଯାଦବ, ବ୍ରଜେଶ ଏବଂ ଅନ୍ୟମାନଙ୍କ ବିରୋଧରେ ଅସଦାଚରଣ ଅଭିଯୋଗ ସହ ଅନ୍ୟ ଦଫାରେ ଅପରାଧିକ ମାମଲା ରୁଜୁ ହୋଇଥିଲା ।

ସେଲଫି ବିବାଦ ମାମଲାରେ ସ୍ବପ୍ନା ଗିଲଙ୍କୁ ଜାମିନ ମିଳିସାରିଛି। ଗିଲଙ୍କ ସହ ଅନ୍ୟ ତିନିଜଣ ମଧ୍ୟ ଜାମିନରେ ମୁକୁଳିଥିଲେ । ଫେବୃୟାରୀ ୧୫ ବିଳମ୍ବିତ ରାତିରେ ମୁମ୍ବାଇର ଏକ ବିଳାସପୂର୍ଣ୍ଣ ହୋଟେଲରେ ପୃଥ୍ବୀ ଶ’ଙ୍କ ସହ ସେଲଫି ଉଠାଇବାକୁ ନେଇ ସ୍ବପ୍ନା ଗିଲଙ୍କ ସହ ଏହି ଖେଳାଳିଙ୍କ ଝଗଡ଼ା ହୋଇଥିଲା । ଶ’ଙ୍କ କାର୍ ଭଙ୍ଗାରୁଜା କରାଯାଇଥିବା ଅଭିଯୋଗ ହୋଇଥିଲା । ଶ’ ତାଙ୍କ ସହ ଅସଦାଚରଣ କରିଥିବା ନେଇ ସ୍ବପ୍ନା ପାଲଟା ଅଭିଯୋଗ କରିଥିଲେ ।

Comments are closed.