ଦୁଗ୍ଧ ଫାର୍ମରେ ବିସ୍ଫୋରଣ, ୧୮ ହଜାର ଗାଈ ମୃତ

ଓ୍ୱାଶିଂଟନ: ଆମେରିକାର ଟେକ୍ସାସରେ ଏକ ଦୁଗ୍ଧ ଫାର୍ମରେ ବିସ୍ଫୋରଣ ଘଟି ୧୮,୦୦୦ ଗାଈଙ୍କ ମୃତ୍ୟୁ ହୋଇଛି । ଆମେରିକାରେ ଏହା ସବୁଠାରୁ ବଡ଼ ଅଗ୍ନିକାଣ୍ଡ ଘଟଣା ବୋଲି କୁହାଯାଇଛି |

ଏହି ସପ୍ତାହ ପୂର୍ବରୁ ଡିମିଟ୍ ସହର ନିକଟ ସାଉଥ୍ ଫର୍କ ଡେୟରୀରେ ଏହି ବିସ୍ଫୋରଣ ଘଟିଥିଲା। ଏହି ବିସ୍ଫୋରଣରେ ଜଣେ ବ୍ୟକ୍ତି ଆହତ ହୋଇଛନ୍ତି ।

ଦୁଗ୍ଧ ପ୍ଲାଣ୍ଟର ମେସିନରୁ ମିଥେନ ଗ୍ୟାସ୍ ଯୋଗୁଁ ନିଆଁ ଲାଗି ଥାଇପାରେ ବୋଲି ସନ୍ଦେହ କରାଯାଉଛି ।

କାଷ୍ଟ୍ରୋ କାଉଣ୍ଟି ସରିଫ୍ କାର୍ଯ୍ୟାଳୟ ବିସ୍ଫୋରଣର ଫଟୋ ସେୟାର କରିଛି, ଯେଉଁଥିରେ ଫାର୍ମରୁ ଧୂଆଁ ବାହାରୁଥିବା ଦେଖିବାକୁ ମିଳୁଛି ।

ନିଆଁ ଓ ଧୂଆଁରେ ଶ୍ୱାସରୁଦ୍ଧ ହୋଇ ମୃତ୍ୟୁବରଣ କରିଥିବା ଗାଈମାନଙ୍କର ପ୍ରକୃତ ସଂଖ୍ୟା ଜଣା ପଡିନାହିଁ । କିନ୍ତୁ ସରିଫ ଅଫିସ୍ କହିଛି ଯେ ୧୮,୦୦୦ ଗାଈ ନିଖୋଜ ଅଛନ୍ତି।

Comments are closed.