ଦିନ ୧୧ଟା ୩୦ ମିନିଟ ସୁଦ୍ଧା ଝାରସୁଗୁଡ଼ା ରାଜ୍ୟର ଉତ୍ତପ୍ତ ସହର

ଭୁବନେଶ୍ୱର – ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ। ଅସହ୍ୟ ଖରାରେ ବିଭିନ୍ନ ଜିଲ୍ଲାରେ ଜନଜୀବନ ଅସ୍ତବ୍ୟସ୍ତ। ଆଜି ଦିନ ୧୧ଟା ୩୦ ମିନିଟ ସୁଦ୍ଧା ଝାରସୁଗୁଡ଼ା ରାଜ୍ୟର ଉତ୍ତପ୍ତ ସହର ହୋଇଛି । ଏଠାରେ ୩୯.୮ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ରାଜଧାନୀ ଭୁବନେଶ୍ଵରର ତାପମାତ୍ରା ୩୭.୮ ଡିଗ୍ରୀ ସେଲସିୟସ ଥିଲା।

କେନ୍ଦୁଝରରେ ୩୯.୨ ଡିଗ୍ରୀ, ସମ୍ବଲପୁରରେ ୩୮.୪ ଡିଗ୍ରୀ, ହୀରାକୁଦରେ ୩୬.୮ ଡିଗ୍ରୀ, ଚାନ୍ଦବାଲିରେ ୩୮.୦ ଡିଗ୍ରୀ
ବାଲେଶ୍ୱରରେ ୩୭.୦ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।  ଗୋପାଳପୁରରେ ୩୩.୮ ଡିଗ୍ରୀ, ପୁରୀରେ ୩୩.୬ ଡିଗ୍ରୀ ପାରାଦୀପରେ ୩୨.୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

ପ୍ରଖର ଗ୍ରୀଷ୍ମ ପ୍ରବାହର ମୁକାବିଲା ପାଇଁ ଏକାଧିକ ପଦକ୍ଷେପ ଗ୍ରହଣ କରାଯାଇଛି । ଦିନ ୧୧ଟାରୁ ୩ଟା ମଧ୍ୟରେ ଜରୁରୀ କାମ ନଥିଲେ ଘରୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି। ଶ୍ରମିକମାନଙ୍କ କାମ କରିବା ସମୟ ବି ପରିବର୍ତ୍ତନ କରାଯାଇଛି ।

Comments are closed.