କରୋନା ଅପଡେଟ୍: ଦେଶରେ ୧୦,୭୫୩ ନୂଆ ଆକ୍ରାନ୍ତ, ସକ୍ରିୟ ମାମଲା ୫୩ ହଜାର ଟପିଲା

ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୧୦,୭୫୩ ନୂଆ କରୋନା ମାମଲା ରିପୋର୍ଟ ହୋଇଛି। ଏଥିସହ ସକ୍ରିୟ ମାମଲା ସଂଖ୍ୟା ୫୩,୭୨୦କୁ ବୃଦ୍ଧି ପାଇଛି ।

କ୍ରମାଗତ ତୃତୀୟ ଦିନ ପାଇଁ ୧୦ ହଜାରରୁ ଉର୍ଦ୍ଧ୍ଵ ମାମଲା ରିପୋର୍ଟ ହୋଇଛି । ଶୁକ୍ରବାର ୧୧,୧୦୯ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଗୁରୁବାର ଏହି ସଂଖ୍ୟା ଥିଲା ୧୦,୧୫୮।

ଦେଶରେ କୋଭିଡ୍ ଯୋଗୁଁ ଆଉ ୨୭ ଜଣଙ୍କ ମୃତ୍ୟୁ ହୋଇଛି । ଏଥିସହ କରୋନା ଜନିତ ମୃତ୍ୟୁ ସଂଖ୍ୟା ୫,୩୧,୦୬୪କୁ ବୃଦ୍ଧି ପାଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଅନୁଯାୟୀ, ଦେଶରେ କୋଭିଡ୍ ମୃତ୍ୟୁ ହାର ୧.୧୯ ପ୍ରତିଶତ ଓ ସୁସ୍ଥତା ହାର ୯୮.୭୦ ରେକର୍ଡ କରାଯାଇଛି ।

Comments are closed.