ବଢ଼ିଲା ସିସୋଦିଆଙ୍କ ବିଚାର ବିଭାଗୀୟ ହାଜତ ମିଆଦ

ନୂଆଦିଲ୍ଲୀ: ଅବକାରୀ ନୀତି ଅନିୟମିତତା ମାମଲାରେ ଦିଲ୍ଲୀର ରାଉସ୍ ଆଭେନ୍ୟୁ କୋର୍ଟ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ବିଚାର ବିଭାଗୀୟ ହାଜତ ମିଆଦ ବୃଦ୍ଧି କରିଛନ୍ତି।

ଉଭୟ ଇଡି ଓ ସିବିଆଇ ଏହି ମାମଲାର ତଦନ୍ତ କରୁଛନ୍ତି। ସିବିଆଇ ମାମଲାରେ ତାଙ୍କ ନ୍ୟାୟିକ ହାଜତ ଅବଧି ଏପ୍ରିଲ ୨୭ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିବାବେଳେ ଇଡି ମାମଲାରେ ଏହାକୁ ଏପ୍ରିଲ ୨୯ ପର୍ଯ୍ୟନ୍ତ ବଢାଇଛନ୍ତି କୋର୍ଟ ।

ସେପଟେ ଇଡିର ଓକିଲ କୋର୍ଟଙ୍କୁ କହିଛନ୍ତି ଯେ ଏହି ମାମଲାରେ ଚଳିତ ମାସ ଶେଷ ସୁଦ୍ଧା ଚାର୍ଜସିଟ ଦାଖଲ କରାଯିବ ।

Comments are closed.