ଜଳୁଛି ପଶ୍ଚିମ ଓ ଅଭ୍ୟନ୍ତରୀଣ ଓଡ଼ିଶା, ୪୪ ଦଶମିକ ୨ ଡିଗ୍ରୀ ସେଲସିୟସ ସହ ବାରିପଦା ରାଜ୍ୟର ଉତ୍ତପ୍ତ ସହର

ଭୁବନେଶ୍ୱର -ଲଗାତର ସପ୍ତମ ଦିନ ଧରି ରାଜ୍ୟରେ ପ୍ରଖର ଗ୍ରୀଷ୍ମ ପ୍ରବାହ ଅନୁଭୂତ ହୋଇଛି । ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡିଶାରେ ସ୍ଥିତି ଅସମ୍ଭାଳ। ପୁଣି ଥରେ ବାରିପଦା ପାଲଟିଛି ରାଜ୍ୟର ଉତ୍ତପ୍ତ ସହର । ଏଠାରେ ପାରଦ ୪୪ ଡିଗ୍ରୀ ପାର କରିଛି । ଏଠାରେ ଆଜି ସର୍ବାଧିକ ତାପମାତ୍ରା ୪୪ ଦଶମିକ ୨ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ବୌଦ୍ଧ ଓ ନୂଆପଡ଼ାରେ ତାପମାତ୍ରା ୪୩ ଦଶମିକ ୫ ଡିଗ୍ରୀ ସେଲସିୟସ ଥିବା ବେଳେ ଝାରସୁଗୁଡ଼ାର ପାରଦ ୪୩ ଦଶମିକ ୪ ରହିଛି। ରାଜ୍ୟର ୮ଟି ସହରରେ ତାପମାତ୍ରା ଆଜି ୪୩ ଡିଗ୍ରୀ ସେଲସିୟସ ବା ଅଧିକ ରହିଛି । ରାଜଧାନୀ ଭୁବନେଶ୍ଵରର ତାପମାତ୍ରା ୩୯ . ୯ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ୭ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ ବା ଅଧିକ ଥିବା ବେଳେ ୫ଟି ସ୍ଥାନରେ ପାରଦ ଆଜି ୪୧ ଡିଗ୍ରୀ ପାର କରିଛି ।

Comments are closed.