ବିବାହରେ ବାଧା କିମ୍ବା କର୍ମରେ ଅସଫଳ ହୋଇଥିଲେ ଜାଣିବେ କୁଣ୍ଡଳୀରେ ରହିଛି ଗୁରୁ ଦୋଷ, ଜାଣନ୍ତୁ କେମିତି କରିବେ ଏହାର ପ୍ରତିକାର

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବୃହସ୍ପତି ଗ୍ରହଙ୍କୁ ଦେବଗୁରୁ କୁହାଯାଏ। ଯଦି କାହା କୁଣ୍ଡଳୀରେ ଦେବଗୁରୁ ମଜବୁତ ସ୍ଥିତିରେ ରହିଥାନ୍ତି, ତେବେ ତା’ର ଜୀବନ ସବୁବେଳେ ଖୁସି ରହିଥାଏ ଏବଂ ବ୍ୟକ୍ତିର ଭାଗ୍ୟ ଚମକିଥାଏ। ସେହି ବ୍ୟକ୍ତି କୌରଓି ବ୍ୟକ୍ତିଙ୍କୁ ନିଜ ଜ୍ଞାନ ବଳରେ ହରାଇପାରେ। ଏହି ଲୋକ ବହୁତ ସଫଳତା ହାସଲ କରନ୍ତି।ଜୀବନରେ କେବେ ବି ଧନ ଏବଂସୁଖ ସମୃଦ୍ଧି କମ୍‌ ହୋଇନଥାଏ। କିନ୍ତୁ ଯେତେବେଳ ଗୁରୁ ଦୁର୍ବଳ ସ୍ଥିତିରେ ରହିଥାଏ, ସେତେବେଳେ ଜୀବନରେ ଆର୍ଥିକ ସମସ୍ୟାର ସାମ୍ନା କରିବାକୁ ପଡିଥାଏ। ଭାଗ୍ୟ ସାଥ ଦେଇନଥାଏ, ବୈବାହିକ ଜୀବନରେ ଝଡ ଆସିଥାଏ। ତେବେ ଆସନ୍ତୁ ଜାଣିବା କେମିତି ଏହାକୁ ମଜବୁତ କରିବେ…

କୁଣ୍ଡଳୀରେ ଥିବା ଗୁରୁ ଦୋଷ ପ୍ରଭାବକୁ ଦୂର କରିବାର ଉପାୟ :

ଯଦି ଆପଣଙ୍କ କୁଣ୍ଡଳୀରେ ଗୁରୁଦୋଷ ରହିଥାଏ, ତେବେ ଏହାର ପ୍ରଭାବକୁ କମ୍‌ କରିବା ପାଇଁ ଗୁରୁବାର ଦିନ ପାଣିରେ ଦୁଇ ଚାମଚ ହଳଦୀ ପାଉଡର ପକାଇ ସ୍ନାନ କରନ୍ତୁ। ଏହାପରେ ଓଁ ନମୋ ଭଗବତେ ବାସୁଦେବାୟ ନମଃ ମନ୍ତ୍ର ଜାପ କରନ୍ତୁ। ମଥାରେ କେସରର ତିଳକ ଲଗାନ୍ତୁ। କଦଳୀ ଗଛ ମୂଳେ ଜଳ ଚଢାନ୍ତୁ ଏବଂ ଦୀପ ଧୂପରେ ଆରତୀ କରନ୍ତୁ।

ନିୟମିତ ଭାବେ ପ୍ରତିଦିନ ସକାଳ ସନ୍ଧ୍ୟାରେ ସ୍ନାନାଦି କରିବା ଦ୍ୱାରା ୧୦୮ ଥର ଗାୟତ୍ରୀ ମନ୍ତ୍ର ଜପ କରନ୍ତୁ। ଏହାଦ୍ୱାରା ଗୁରୁ ମଜବୁତ ସ୍ଥିତିରେ ରହିବା ସହିତ ସୂର୍ଯ୍ଯ ମଧ୍ୟ ମଜବୁତ ସ୍ଥିତିରେ ରହିଥାନ୍ତି।

ହିନ୍ଦୁ ଧର୍ମରେ ଗାୟତ୍ରୀ ମନ୍ତ୍ରକୁ ଶକ୍ତିଶାଳୀ ମନ୍ତ୍ର ବୋଲି କୁହାଯାଏ। ଦେବଗୁରୁ ବୃହସ୍ପତିଙ୍କ କୃପା ପାଇବା ପାଇଁ ବ୍ୟକ୍ତି ପ୍ରତିଦିନ ହଳଦିଆ ରଙ୍ଗର ମାଳାରେ ଓଁ ହ୍ରିଂ ହ୍ରଂ ଶ୍ରୀ ଶ୍ରୀ ଲକ୍ଷ୍ମୀ ବାସୁଦେବାୟ ନମଃ ମନ୍ତ୍ର ଜପ କରନ୍ତୁ। ଯଦି ପ୍ରତିଦିନ କରିବା ସମ୍ଭବ ହେଉନାହିଁ, ତେବେ ଗୁରୁବାର ଦିନ ନିଶ୍ଚିତ କରନ୍ତୁ।

ଗୁରୁବାର ଦିନ କୌଣସି ମନ୍ଦିରକୁ ଯାଇ କୌଣସି ଜରୁରୀ ପିଲାକୁ ବହି ଦାନ କରନ୍ତୁ। ଗରିବଙ୍କୁ ଚଣା ଡାଲି ଦାନ କରିବା ମଧ୍ୟ ଶୁଭ ହୋଇଥାଏ।

ଯଦି କୁଣ୍ଡଳୀରେ ଗୁରୁ ଦୋଷ ରହିଥାଏ, ତେବେ ଗୁରୁବାର ଦିନ ସକାଳୁ ଜଲଦି ଉଠି ସ୍ନାନ କରି ଭଗବାନ ବିଷ୍ଣୁଙ୍କ ପୂଜା ଅର୍ଚନା କରିବା ଉଚିତ। ଏହହାଦ୍ୱାରା ଗୁରୁ ଦୋଷ ପ୍ରଭାବ କମ୍‌ ହୋଇଥାଏ।

Comments are closed.