ସୁଧୁରୁଛି ସମ୍ବଲପୁର ସ୍ଥିତି, ଆଉ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ ବନ୍ଦ

ସମ୍ବଲପୁର – ସମ୍ବଲପୁର ପରିସ୍ଥିତି ସୁଧୁରିବାରେ ଲାଗିଛି । କିନ୍ତୁ ପ୍ରଶାସନ ସତର୍କତାମୂଳକ ପଦକ୍ଷେପ ନେବା ଜାରି କରିଛି । ତୃତୀୟ ଥର ପାଇଁ ଇଣ୍ଟରନେଟ ସେବା ବନ୍ଦ ଅବଧି ବୃଦ୍ଧି କରାଯାଇଛି । ଆଉ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍ ବନ୍ଦ କରାଯାଇଥିବା ନେଇ ଜିଲ୍ଲା ପ୍ରଶାସନ ସୂଚନା ଦେଇଛି । ଆସନ୍ତାକାଲି ସକାଳ ୧୦ଟା ପର୍ଯ୍ୟନ୍ତ ଇଣ୍ଟରନେଟ୍‌ ବନ୍ଦ ରହିବ ବୋଲି କୁହାଯାଇଛି । ଏଣେ ସ୍ଥିତି ସୁଧୁରୁଥିବାରୁ କର୍ଫ୍ୟୁକୁ ଆହୁରି କୋହଳ କରାଯାଇଛି ।

Comments are closed.