ବିଜେପିରେ ମିଶିବା ଗୁଜବକୁ ଖଣ୍ଡନ କଲେ ଅଜିତ ପାୱାର, କହିଲେ ‘ଏନସିପିରେ ଅଛି ଓ ରହିବି’

ମୁମ୍ବାଇ: ବିଜେପିରେ ମିଶିବା ନେଇ ଚର୍ଚ୍ଚାକୁ ଏନସିପି ନେତା ଅଜିତ ପାୱାର ଖଣ୍ଡନ କରିଛନ୍ତି। ଏନସିପିର ୩୦-୪୦ ବିଧାୟକଙ୍କ ସହ ସେ ବିଜେପି-ସିନ୍ଦେ ସରକାରରେ ସାମିଲ ହୋଇପାରନ୍ତି ବୋଲି ଗତ କିଛି ଦିନ ଧରି ଚର୍ଚ୍ଚା ଜୋର୍ ଧରିଥିଲା । ହେଲେ ଅଜିତ ପାୱାର ଏଥିରେ ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି । ଅଜିତ ପାଓ୍ବାର କହିଛନ୍ତି, ମୁଁ ଏନସିପିରେ ଅଛି ଓ ରହିବି ।

ଏନସିପି ନେତା ଅଜିତ ପାୱାର ତାଙ୍କ ସମର୍ଥକଙ୍କ ସହ ବିଜେପିରେ ସାମିଲ ହେବା ସମ୍ଭାବନା ରହିଛି ବୋଲି ଗଣମାଧ୍ୟମରେ ଖବର ପ୍ରସାରଣ ହୋଇଥିଲା । ପାଓ୍ବାର କହିଛନ୍ତି ଯେ ଏପରି ଗୁଜବରେ କୌଣସି ସତ୍ୟତା ନାହିଁ ।ପୂର୍ବତନ ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏତେ କୋଳାହଳ ମଧ୍ୟରେ ଏନସିପି କର୍ମଚାରୀମାନେ ଦ୍ୱନ୍ଦ୍ୱରେ ପଡୁଛନ୍ତି।

ଏହାପୂର୍ବରୁ ଅଜିତ ପାୱାରଙ୍କ ଦାଦା ତଥା ଦଳର ଅଧ୍ୟକ୍ଷ ଶରଦ ପାୱାର ମଧ୍ୟ ଅଜିତ ପାୱାରଙ୍କ ବିଜେପିରେ ଯୋଗଦେବା ନେଇ କଳ୍ପନାଜଳ୍ପନାକୁ ଖଣ୍ଡନ କରିଥିଲେ। ଶରଦ ପାୱାର ଗଣମାଧ୍ୟମକୁ କହିଥିଲେ, ” ଏହି ରିପୋର୍ଟରେ କୌଣସି ସତ୍ୟତା ନାହିଁ। ଅଜିତ ପାୱାର କୌଣସି ବୈଠକ ଡାକିନାହାଁନ୍ତି। ସେ ଦଳ ପାଇଁ କାମ କରୁଛନ୍ତି, ଏସବୁ ଆପଣଙ୍କ ମନଗଢା କାହାଣୀ।”

Comments are closed.