ପୁରୀରେ ଅକ୍ଷୟ ତୃତୀୟା ଓ ଚନ୍ଦନ ଯାତ୍ରା ପାଇଁ ନୀତି ନିର୍ଘଣ୍ଟ ସ୍ଥିର

ପୁରୀ – ଶ୍ରୀକ୍ଷେତ୍ରରେ ଅକ୍ଷୟ ତୃତୀୟା ଓ ଚନ୍ଦନ ଯାତ୍ରା ପାଇଁ ନୀତି ନିର୍ଘଣ୍ଟ ସ୍ଥିର ହୋଇଛି । ଆସନ୍ତା ୨୩ ତାରିଖ ପବିତ୍ର ଅକ୍ଷୟ ତୃତୀୟାରେ ଭୋର୍‌ ୩ଟାରୁ ଶ୍ରୀମନ୍ଦିର ଦ୍ୱାର ଫିଟିବ । ଦୈନନ୍ଦିନ ନୀତି ପରେ ଅପରାହ୍ନ ୪ଟାରେ ରଥଖଳାକୁ ବିଜେ କରାଯିବ ଆଜ୍ଞାମାଳ ।

ନୀଳାଦ୍ରି ଭକ୍ତ ନିବାସରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବଙ୍କ ଅଧ୍ୟକ୍ଷତାରେ ଛତିଶା ନିଯୋଗ ବୈଠକରେ ଅକ୍ଷୟ ତୃତୀୟା ଓ ଚନ୍ଦନ ଯାତ୍ରା ନୀତି ନିର୍ଘଣ୍ଟ ନେଇ ଆଲୋଚନା ହୋଇଥିଲା। ପୂର୍ବରୁ ନୀତି ସବ୍‌ କମିଟି ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ଅକ୍ଷୟ ତୃତୀୟା ଓ ୨୧ ଦିନଧରି ଚାଲିବାକୁ ଥିବା ବାହାର ଚନ୍ଦନ ଯାତ୍ରା ଏବଂ ଏହାର ପରବର୍ତ୍ତୀ ୨୧ ଦିନ ଭିତର ଚନ୍ଦନ ଯାତ୍ରାର ନୀତିନିର୍ଘଣ୍ଟ ସମ୍ପର୍କରେ ଆଲୋଚନା ହୋଇଛି । ଚନ୍ଦନ ଯାତ୍ରା ନୀତି ଶୃଙ୍ଖଳିତ କରିବା ଉପରେ ଗୁରୁତ୍ବ ଦିଆଯାଇଛି ।

Comments are closed.