ଆମ ଶରୀର ଚର୍ଚ୍ଚା : ଯୋଗ

ଶରୀର ର କାର୍ଯ୍ୟ ( Function of the body ) : ପୂର୍ବରୁ ବିଭିନ୍ନ ଅଙ୍ଗ ତାର ଗଠନ ପ୍ରଣାଳୀ ଏବଂ କାର୍ଯ୍ୟ ବିଷୟ ରେ ସମ୍ୟକ ସୂଚନା ଦିଆଯାଇଥିଲା । ବର୍ତ୍ତମାନ ଶରୀର ର କାର୍ଯ୍ୟ ବିଷୟ ରେ ଆଲୋଚନା କରିବା।

ଗାଡି ମୋଟର ଚାଲିବା ପାଇଁ ଇନ୍ଧନ ବା ତେଲ ଯେପରି ଆବଶ୍ୟକ ପଡିଥାଏ ଠିକ ସେହିପରି ଶରୀର ର କାର୍ଯ୍ୟ ପାଇଁ ଖାଦ୍ୟର ଆବଶ୍ୟକ ପଡିଥାଏ। ଖାଦ୍ୟର ସାର ଅଂଶ ରକ୍ତରେ ମିଶି ତାହା ଜାଳେଣି ସଦୃଶ କାର୍ଯ୍ୟ କରିଥାଏ। ଯାହା ଫଳରେ ଶରୀର କୁ ଶକ୍ତି ଓ ଉତ୍ତାପ ମିଳିଥାଏ। ପାଟିରେ, ପାକସ୍ଥଳୀ ରେ, ଯକୃତ ଏବଂ ଅନ୍ତଃ ନଳୀରେ ବିଭିନ୍ନ ପାଚକ ରସ ରହିଛି ଯାହା ଦ୍ୱାରା ଖାଦ୍ୟ ପରିପାକ ହେବାରେ ସାହାଯ୍ୟ କରିଥାଏ। ଅନ୍ତଃ ନଳୀରେ ଏହି ଖାଦ୍ୟ ଶୋଷି ହୋଇ ରକ୍ତରେ ମିଶିଥାଏ। ପ୍ରଶ୍ୱାସରେ ଆମେ ଯେଉଁ ଅମ୍ଳଜାନ ପାଉ, ତାହା ଫୁସଫୁସ ରେ ରକ୍ତ ସଂଗେ ମିଶିଥାଏ। ଶରୀର ର ଦୂଷିତ ପଦାର୍ଥ କୁ ଫୁସଫୁସ ବୃକକ, ଚର୍ମ ଓ ମଳଦ୍ୱାରା ବାହାର କରିଥାଏ। ଶରୀର ର ସମସ୍ତ ସଞ୍ଚାଳନ ଓ କାର୍ଯ୍ୟକଳାପ ସ୍ନାୟୁ ଦ୍ୱାରା ପରିଚାଳିତ ଓ ନିୟନ୍ତ୍ରିତ ହୋଇଥାଏ। ରକ୍ତ ଫୁସଫୁସ ରୁ ଅମ୍ଳଜାନ ଓ ପରିପାକ ପ୍ରଣାଳୀ ରୁ ଖାଦ୍ୟସାର ଗ୍ରହଣ କରି ଶରୀର ର ପ୍ରତ୍ୟେକ ସ୍ଥାନକୁ ଅମ୍ଳଜାନ ଏବଂ ପୁଷ୍ଟି କାରକ ରସ ଯୋଗାଇଥାଏ।

ଆମେ ପୂର୍ବରୁ ଯେଉଁ ସବୁ ଶରୀର ର ରୋଗ ଓ ଏହାର କାରଣ ସମ୍ପର୍କରେ ଆଲୋଚନା କରିଥିଲେ, ସେସବୁର ସମାଧାନ ପାଇଁ ଆମର ପ୍ରାଚିନ୍ନ ଯୋଗ ଶାସ୍ତ୍ରରେ ବର୍ଣ୍ଣିତ ହୋଇଛି। ଆଗାମୀ ଆଲୋଚନା ରେ ସେସବୁ ତଥ୍ୟ ଉପରେ ଆମେ ପ୍ରାଧାନ୍ୟ ଦେବାକୁ ଚେଷ୍ଟା ଜାରି ରଖିବା। ଫଳରେ ସାଧାରଣ ଯୌଗିକ ପ୍ରକ୍ରିୟା ଦ୍ଵାରା ଏହାର ସମାଧାନ ସରଳ ଏବଂ ସୁଗମ ହୋଇ ପାରିବ। ( କ୍ରମଶଃ )

Comments are closed.