ରାହୁଲ ଗାନ୍ଧୀଙ୍କ ଠାରୁ ଶାହରୁଖ ଖାନ ଓ ବିରାଟ କୋହଲି, ବିଶିଷ୍ଟ ବ୍ୟକ୍ତିଙ୍କ ଟ୍ବିଟର ଆକାଉଣ୍ଟରୁ ହଟିଲା ବ୍ଲୁ ଟିକ୍

ନୂଆଦିଲ୍ଲୀ: ମାଇକ୍ରୋବ୍ଲଗିଂ ସାଇଟ୍ ଟ୍ୱିଟର ସିଇଓ ଏଲନ୍ ମସ୍କଙ୍କ ଘୋଷଣା ଅନୁଯାୟୀ ପୁରୁଣା ଭେରିଫାଏଡ୍ ଆକାଉଣ୍ଟ ଗୁଡ଼ିକରୁ ବ୍ଲୁ ଟିକ୍ ହଟାଇ ଦିଆଯାଇଛି। ଫଳରେ ଭାରତ ସମେତ ବିଶ୍ବର ବହୁ ବିଶିଷ୍ଟ ନେତା, ଅଭିନେତା, ସାମ୍ବାଦିକ ଓ ସେଲିବ୍ରିଟି ମାନଙ୍କ ଆକାଉଣ୍ଟରୁ ବ୍ଲୁ ଟିକ୍ ଉଭାନ ହୋଇଯାଇଛି ।

କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଠାରୁ ଆରମ୍ଭ କରି ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, କ୍ରିକେଟର ବିରାଟ କୋହଲି, ଅଭିନେତା ଶାହରୁଖ ଖାନଙ୍କ ସମେତ ବହୁ ବିଶିଷ୍ଟ ଭାରତୀୟ ବ୍ୟକ୍ତିତ୍ୱଙ୍କ ଟ୍ବିଟର ଆକାଉଣ୍ଟ ଆଗରୁ ମଧ୍ୟ ବ୍ଲୁ ଚେକ୍ ମାର୍କ ହଟିଛି ।

ଟ୍ୱିଟରର ନୂଆ ନିୟମ ଅନୁଯାୟୀ, ଏବେ କେବଳ ସେହି ଲୋକଙ୍କୁ ବ୍ଲୁ ଚେକ୍ ମାର୍କ ଦିଆଯିବ ଯେଉଁମାନେ ଟ୍ବିଟର ବ୍ଲୁ ପାଇଁ ଦେୟଯୁକ୍ତ ବା ପେଡ୍ ସବସ୍କ୍ରିପସନ୍ ନେବେ | କମ୍ପାନୀ ମାଲିକ ଏଲନ୍ ମସ୍କ କିଛି ମାସ ପୂର୍ବରୁ ଏନେଇ ଘୋଷଣା କରିଥିଲେ । ସେ କହିଥିଲେ ଯେ ଏପ୍ରିଲ୍ ୨୦ ପରେ ସବୁ ‘ଲିଗାସି ଭେରିଫାଏଡ୍ ଆକାଉଣ୍ଟ (ମାଗଣା)’ ରୁ ବ୍ଲୁ ଟିକ୍ ହଟାଯିବ। ସେ କହିଥିଲେ ବ୍ଲୁ ଟିକ୍ ପାଇଁ ମାସିକ ଚାର୍ଜ ଦେବାକୁ ପଡିବ।

Comments are closed.