ଏମକେସିଜି ଏସ୍ଏସ୍ କୋଠାରେ ଅଗ୍ନିକାଣ୍ଡ

ବ୍ରହ୍ମପୁର: ବ୍ରହ୍ମପୁର ବଡ଼ ଡାକ୍ତରଖାନା ସୁପର୍ ସ୍ପେଶିଆଲିଟି (ଏସ୍ଏସ୍) କୋଠାରେ ଅଗ୍ନିକାଣ୍ଡ। ଶୁକ୍ରବାର ମଧ୍ୟାହ୍ନରେ ସିଟି ସ୍କାନ୍ କୋଠରୀର ଏସି ଆଉଟର୍ ୟୁନିଟରେ ସର୍ଟସର୍କିଟ୍ ଯୋଗୁଁ ଜଳି ଯାଇଥିଲା। ଏମକେସିଜି ପିଏମ୍ଏସ୍ଏସୱାଇ ସୁପର୍ ସ୍ପେଶିଆଲିଟି ବ୍ଲକରେ ଅଗ୍ନିକାଣ୍ଡ ସତ୍ତ୍ବେ କୌଣସି ବିଶେଷ କ୍ଷୟକ୍ଷତି ଘଟି ନଥିବା କେହି ମୃତାହତ ହୋଇ ନଥିବା ସୂଚନା ମିଳିଛି। ଏମକେସିଜି ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆଁ ଆୟତ୍ତ କରିଥିଲେ। କିଛି ମାସ ତଳେ ଏସ୍ଏସ୍ କୋଠାରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଥିଲା ଯଦିଓ ଏଥିରେ କେହି ମୃତାହତ ହୋଇ ନଥିଲେ।

Comments are closed.