କୋରୋନାର ଉପରମୁହାଁ ଗତି ଜାରି, ଦିନକରେ ଚିହ୍ନଟ ହେଲେ ୪୮୯ ପଜିଟିଭ

ଭୁବନେଶ୍ୱର -ରାଜ୍ୟରେ କୋରୋନାର ଉପରମୁହାଁ ଗତି ଜାରି ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୪୮୯ ନୂଆ କୋରୋନା ପଜିଟିଭ । ରାଜ୍ୟରେ କୋରୋନା ପୁଣି ଦେଖାଦେବା ପରେ ଦୈନିକ ସଂକ୍ରମଣରେ ଏହି ସଂଖ୍ୟା ହେଉଛି ସର୍ବାଧିକ । ରାଜ୍ୟରେ ମୋଟ କୋରୋନା ପଜିଟିଭ ସଂଖ୍ୟା ୧୩ ଲକ୍ଷ ୪୧ ହଜାର ୨୦୧କୁ ବୃଦ୍ଧି ପାଇଛି । ଏବେ ରାଜ୍ୟରେ ସକ୍ରିୟ ମାମଲା ୨ହଜାର ୬୯୭କୁ ବୃଦ୍ଧି ପାଇଛି। ଦିନକରେ ୨୦୩ କୋରୋନା ଆକ୍ରାନ୍ତ ସୁସ୍ଥ ମଧ୍ୟ ହୋଇଛନ୍ତି। ରାଜ୍ୟରେ ଲଗାତାର ଦ୍ୱିତୀୟ ଥର ୪୦୦ରୁ ଅଧିକ ପଜିଟିଭ ଚିହ୍ନଟ ହୋଇଛନ୍ତି । ଛତିଶଗଡ଼କୁ ଲାଗିଥିବା ଜିଲ୍ଲାଗୁଡିକରେ ପଜିଟିଭ ସଂଖ୍ୟା ବୃଦ୍ଧି ପାଉଛି ବୋଲି ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି।

Comments are closed.