ଜନ୍ମମାଟିରେ ପହଞ୍ଚିଲା ସହିଦ ଦେବାଶିଷଙ୍କ ପାର୍ଥିବ ଶରୀର , ଶୋକରେ ବୁଡିଲା ଗାଁ 

ସତ୍ୟବାଦୀ, ପୁରୀ – ଶୋକାକୁଳ ପରିବେଶରେ ଜନ୍ମମାଟି ସତ୍ୟବାଦୀର ଖଣ୍ଡାୟତ ସାହିରେ ପହଞ୍ଚିଛି ସହିଦ ଯବାନ ଦେବାଶିଷ ବିଶ୍ୱାଳଙ୍କ ପାର୍ଥିବ ଶରୀର । ଗାଁ ଶ୍ମଶାନରେ ହେବ ଦେବାଶିଷଙ୍କ ଶେଷକୃତ୍ୟ। ଦେବାଶିଷଙ୍କ ଅବର୍ତ୍ତମାନରେ ଶୋକରେ ବୁଡିଛି ଜନ୍ମମାଟି। ଆଜି ସକାଳେ ଦେବାଶିଷଙ୍କ ମରଶରୀର ଓଡ଼ିଶାରେ। ପହଞ୍ଚିଥିଲା । ଭୁବନେଶ୍ୱର ବିମାନବନ୍ଦରରେ ମରଶରୀର ପହଞ୍ଚିଲା ପରେ ଗାର୍ଡ ଅଫ ଅନର ଦିଆଯାଇଥିଲା । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଓ ଅନ୍ୟ ବିଶିଷ୍ଟ ବ୍ୟକ୍ତିମାନେ ଶ୍ରଦ୍ଧାଞ୍ଜଳି ଦେଇଥିଲେ । ଦେବାଶିଷଙ୍କ ପତ୍ନୀ ମଧ୍ୟ ବିମାନବନ୍ଦରରେ ଉପସ୍ଥିତ ଥିଲେ । ଗୁରୁବାର ପୁଞ୍ଚରେ ଆତଙ୍କବାଦୀଙ୍କ ଆକ୍ରମଣରେ ସହିଦ ହୋଇଥିଲେ ଦେବାଶିଷ। ରାଷ୍ଟ୍ରୀୟ ରାଇଫଲ୍ସରେ ସେ କାର୍ଯ୍ୟରତ ଥିଲେ । ସହିଦ ଦେବାଶିଷଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।

Comments are closed.