ଡମ୍ପରକୁ ପଛପଟୁ ଧକ୍କା ଦେଲା ମିନି ଟ୍ରକ୍, ୨ ଗୁରୁତର

ବୌଦ୍ଧ: ବୌଦ୍ଧ ଜିଲ୍ଲା ଏନଏଚ ୫୭ର ବାଉଁଶୁଣୀ ଥାନା ଦନାପାଲି ଛକ ନିକଟରେ ଡମ୍ପର ଦୁର୍ଘଟଣାଗ୍ରସ୍ତ  ଘଟିଛି । ସୂଚନା ଅନୁଯାୟୀ ନାଗପୁରରୁ କଲିକତା ଡାକ ନେଇ ଯାଉଥିବା ଏଚଆର୍ ୭୬ଡି ୦୦୭୩ନଂର ଏକ ମିନି ଟ୍ରକ ଓ ବାଉଁଶୁଣୀରୁ ବୌଦ୍ଧ ଅଭିମୁଖେ ଯାଉଥିବା ଓଡି ୧୭ ଇ ୨୬୩୬ ନଂର ଚିହ୍ନ ବୋଝେଇ ଏକ ଡମ୍ପର ମଧ୍ୟରେ ଧକ୍କା ହୋଇଥିଲା ।ସେଠାରେ ଉପସ୍ଥିତ ଥିବା ସ୍ଥାନୀୟ ବାସିନ୍ଦାଙ୍କ ଅନୁଯାୟୀ , ଡମ୍ପରଟି ଗାଡ଼ିର ବ୍ରେକ ମାରୁଥିବା ସମୟରେ ହଠାତ୍‌ ପଛପଟୁ ଡାକ ବୋଝେଇ ଟ୍ରକଟି ଦ୍ରୁତ ଗତିରେ ଆସି ଡମ୍ପରର ଡାଲାଟିକୁ ଧକ୍କା ଦେଇଥିଲା । ଦୁର୍ଘଟଣାରେ ମିନି ଟ୍ରକର ଆଗ ପାର୍ଶ୍ବ ଚୁରମାର ହୋଇଯାଇଛି । ମିନି ଟ୍ରକର ଡ୍ରାଇଭର ମଣ୍ଟୁ ଯାଦବ ଓ ହେଲପର ଅନିମେସ ମଣ୍ଡଲ ବୋଲି ଜଣାପଡ଼ିଛି । ଉଭୟେ ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଛି । ଉଭୟଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ବାଉଁଶୁଣୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ଉଭୟ ଡ୍ରାଇଭର ଓ ହେଲପର ବଡ଼ ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି । ଘଟଣାସ୍ଥଳରେ ବାଉଁଶୁଣି ପୋଲିସ ପହଞ୍ଚି ଅଧୂକ ତଦନ୍ତ ଜାରି ରଖିଥିବା ଥାନା ଅଧିକାରୀ ଅରୁଣ କୁମାର ସିଂ କହିଛନ୍ତି ।

Comments are closed.