କୋଭିଡ୍-୧୯ ଅପଡେଟ୍: ଦେଶରେ ୧୦,୧୧୨ ନୂଆ ମାମଲା

ନୂଆଦିଲ୍ଲୀ : ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୧୦,୧୧୨ ନୂଆ କରୋନା ମାମଲା ରିପୋର୍ଟ ହୋଇଛି। ଫଳରେ କୋଭିଡ୍-୧୯ ସକ୍ରିୟ ମାମଲା ବର୍ତ୍ତମାନ ୬୭,୮୦୬କୁ ବୃଦ୍ଧି ପାଇଛି । ଦୈନିକ ସଂକ୍ରମଣ ଗତକାଲି ତୁଳନାରେ ସାମାନ୍ୟ ହ୍ରାସ ପାଇଛି | ଗତକାଲି ଦେଶରେ ୧୨,୧୯୩ ମାମଲା ଆସିଥିଲା।

ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଦିନକରେ କୋଭିଡ୍-୧୯ରୁ ଆଉ ୯,୮୩୩ ଲୋକ ସୁସ୍ଥ ହୋଇଛନ୍ତି । ଦେଶବ୍ୟାପୀ କୋଭିଡ-୧୯ ଟିକାକରଣ ଅଭିଯାନ ଅଧୀନରେ ଏପର୍ଯ୍ୟନ୍ତ ୨୨୦.୬୬ କୋଟି ଡୋଜ୍ ଟିକା ଦିଆଯାଇଛି।

Comments are closed.